ବରିଷ୍ଠ ନାଗରିକ ଶତ୍ରୁଘ୍ନ ମଲ୍ଲିକଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଶାଳବଣି ଗ୍ରାମର ବରିଷ୍ଠ ନାଗରିକ ତଥା ଧର୍ମପରାୟଣ ବ୍ୟକ୍ତି ଶତ୍ରୁଘ୍ନ ମଲ୍ଲିକଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଶାଳବଣି ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଭାଇ ହାଡ଼ିବନ୍ଧୁ ଓ ସୁଦର୍ଶନ, ପୁତ୍ର ପୂର୍ଣ୍ଣଚନ୍ଦ୍ର, ରମାକାନ୍ତ, ଜୟଦେବ, ଶରତ ଓ ସୁନିଲ, କନ୍ୟା କେତକୀ ଓ ଅନିଙ୍କ ସମେତ ଆତ୍ମୀୟସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଜେପି ନେତା ଆଲୋକ ସେଠୀ ଓ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ଵରକୁ ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ବଡ଼ ପୁଅ ପୂର୍ଣଚନ୍ଦ୍ର ମଲ୍ଲିକ ମୁଖାଗ୍ନି ଦେଇଥିବା ବେଳେ  ସଂସ୍କାର କାର୍ଯ୍ୟରେ ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ଅନେକ ଗ୍ରାମବାସୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ