ବୁଗୁଡ଼ା ବ୍ଲକରେ ବାତ୍ୟା ଆକଭାନର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆକଭାନ ୧୯/୧୧/୨୬ ତାରିଖ ସୁଦ୍ଧା ଅତି ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯାହା ଫଳରେ ବାତ୍ୟା ପବନ ୧୨୦ ରୁ ୧୩୦ କିମି ବେଗରେ ବହିବା ସହ ଝଟକା ପବନ ୧୪୫ କିମି ହୋଇପାରେ। ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାଯୋଗୁଁ ଜିଲ୍ଲା ପ୍ରସାଶନଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ଆଗୁଆ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଆଦିବାସୀ ବହୁଳ ଗ୍ରାମ ସମେତ ତଳୁଆ ଅଞ୍ଚଳ ଓ ମାଟି ଘରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରି ଗରମ ରୋଷେଇ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି। ୧୭/୧୧/୨୬ ତାରିଖ ଦିନ ବ୍ରହ୍ମପୁର ଜିଲ୍ଲା ଶିଳ୍ପ ଅଧିକାରୀ ବସନ୍ତ କୁମାର ସେଠୀ ପର୍ଯ୍ୟବେକ୍ଷକ ଭାବେ ଆସି ବିଡିଓ ଶ୍ରୀ ପାତ୍ରଙ୍କ ସହ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରାୟସ୍ଥଳୀରେ ରହୁଥିବା ଲୋକମାନଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ। ବୁଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ବାତ୍ୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ