ପ୍ରିୟାସାର୍ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଟିକିରା ସ୍ଥିତ ପ୍ରିୟସାର୍ ଶିକ୍ଷାନୁଷ୍ଠାନର ୧୦ମ ବାର୍ଷିକ ପୂର୍ତି ଅବସରରେ ଶିଶୁ ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରିୟବ୍ରତ ରାଉତଙ୍କ ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇ ଶିକ୍ଷାନୁଷ୍ଠାନ ମେଧାଛାତ୍ର ତିଆରିରେ ପ୍ରମୁଖ ଭୂମିକା ନିଭାଇ ଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୁରୁଷଣ୍ଢ ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ କୁମାର ଦାଶ, ଆଗରପଡ଼ା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ପ୍ରେମଲତା ଦାଶ, ଅବସରପ୍ରାପ୍ତ ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରୀ, ବଡ ମହିଷଗୋଠ ସରପଞ୍ଚ ପ୍ରତିନିଧି ଦୀପକ ମହାନ୍ତି, ଛାତ୍ର ନେତା ଚିନ୍ମୟ ଦାସ ଯୋଗ ଦେଇ ପାଠ ପଢା ସହ ସଂସ୍କାରମୁଖୀ କାର୍ଯ୍ୟ କରି ଭବିଷ୍ୟତରେ ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ନୃତ୍ୟ,ସଙ୍ଗୀତ,ସାଧାରଣଜ୍ଞାନ,ଚେସ୍,ଚିତ୍ରାଙ୍କନ,କ୍ଷୁଦ୍ରଗଳ୍ପ, ରଚନା ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ,ଟ୍ରଫି ଏବଂ ପାଠ୍ୟ ଉପକରଣ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଆଦିତ୍ୟ କୁମାର ପଣ୍ଡା ଅତିଥି ପରିଚୟ ଓ ଶେଷରେ ଚନ୍ଦନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନନ୍ତ କୁଣ୍ଡୁ,ଅଂଶୁମାନ ସାହୁ,ଜ୍ଞାନ ରଞ୍ଜନ ବାରିକ,ସତ୍ୟ ପ୍ରକାଶ ଜେନା,ରଞ୍ଜିତ ଦାସ,ଚିନ୍ମୟୀ ପାଣି,ବନ୍ଦନା ଗୁଇଁ,ପୂଜାରାଣୀ ଓଝା,ସ୍ୱପ୍ନାଶ୍ରୀ ବେହେରା,ତେଜସ୍ୱନୀ ଦାସ,ଗୁଡ଼ି ଜେନା,ପୁଷ୍ପଲତା ଜେନା ପ୍ରମୁଖ ସହଯୋଗ କରିଥିଲେ।


