ଡାକ ଡିଭିଜନର ତୁତୀୟ ବାର୍ଷିକ ସ୍ଥାପନା ଦିବସ ପାଳିତ
ରାଇରଙ୍ଗପୁର,(ୱାଇଏନଏସ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହତାବ ଭବନ ଠାରେ ରାଇରଙ୍ଗପୁର ଡାକ ଡିଭିଜନ ର ତୁତୀୟ ବାର୍ଷିକ ସ୍ଥାପନା ଦିବସ ଆବାହକ ତଥା ସଭାପତି ରାଇରଙ୍ଗପୁର ଡାକ ଡିଭିଜନ ଅଧିକ୍ଷକ ଗୌରାଙ୍ଗ ଚରଣ ବେହେରା ଙ୍କ ସଭାପତିତ୍ବରେ ମହାସମାରୋହ ଓ ଆନନ୍ଦଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ଯଅତିଥୁ ଭାବେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲା ବେଳେ ମୁଖ୍ଯବକ୍ତା ଭାବେ ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ବଂଶୀଧର ବାରିକ, ସମ୍ମାନିତ ଅତିଥି ଭାବେ ଉପ ଡାକ ଅଧିକ୍ଷକ ଟିକନ କୁମାର ଦେବତା, ରାଇରଙ୍ଗପୁର ଶାଖା, ଭାରତୀୟ ଡାକ ପେମେଣ୍ଟ ବ୍ଯାଙ୍କର ସିନିୟର ମ୍ଯାନେଜର ଜଗଜୀତ ମହାନ୍ତ, ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ ଓ ରାଇରଙ୍ଗପୁର ବ୍ଲକ ଉନ୍ନୟନ ଅଧିକାରିଣୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ, ସଭା ପ୍ରାରମ୍ଭରେ ଅତିଥିଗଣ ମଞ୍ଚାସୀନ ହେବା ପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା, ଏହାପରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ, ବନ୍ଦେ ମାତରଂ ଧ୍ବନିର ଗୁଂଜରଣ ପରେ ଉପ ଡାକ ଅଧିକ୍ଷକ ଟିକନ କୁମାର ଦେବତା ସ୍ବାଗତ ଭାଷଣରେ ଏହାର ଦିଗଦର୍ଶନ ଦେବା ସହିତ ଆଗାମୀ ଦିନରେ ଡାକ ଡିଭିଜନ କାର୍ଯ୍ଯାଳୟ ସ୍ଥାନୀୟ ମହୁଲଡିହା ଠାରେ ହେବା ସହିତ ପାସପୋର୍ଟ ସେବା ଓ ଆଧାର ସେବା ସୁଦୂରପ୍ରସାରୀ କରାଯିବ ବୋଲି କହିଥିଲେ, ରାଇରଙ୍ଗପୁର ଶାଖା, ଭାରତୀୟ ଡାକ ପେମେଣ୍ଟ ବ୍ଯାଙ୍କ , ସିନିୟର ମ୍ଯାନେଜର ଜଗଜୀତ ମହାନ୍ତ ନିଜ ବକ୍ତବ୍ଯରେ ଅତୀତରୁ ବର୍ତ୍ତମାନ ଅବଲୋକନ କଲେ ଦେଖାଯାଏ , ଲୋକେ ପୋଷ୍ଟାଲରେ ବ୍ଯାଙ୍କ ଖାତା ବହୁ ସଂଖ୍ଯାରେ ଖୋଲିଲେଣି ଏବଂ ତାର ଉପାଦେୟତା ମଧ୍ଯ ଲାଭ କରିସାରିଲେଣି, ସମ୍ମାନିତ ଅତିଥି ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ ନିଜ ଭାଷଣରେ ଭାରତୀୟ ଡାକ ସେବାରେ ବିଭିନ୍ନ ପ୍ରକାର ଜନକଲ୍ଯାଣକାରୀ ଯୋଜନା ରହିଛି, ସେ ସଂପର୍କରେ ଲୋକେ ଅବଗତ ହୁଅନ୍ତୁ ବୋଲି କହିଥିଲା ବେଳେ ରାଇରଙ୍ଗପୁର ବ୍ଲକ ଉନ୍ନୟନ ଅଧିକାରିଣୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ନିଜ ବକ୍ତବ୍ଯରେ ଲୋକମାନଙ୍କର ଆଶା ଓ ବିଶ୍ବାସ ର ଏକମାତ୍ର ମାଧ୍ଯମ ହୋଇପାରିଛି ଭାରତୀୟ ଡାକ ସେବା, ମୁଖ୍ଯବକ୍ତା ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ବଂଶୀଧର ବାରିକ ନିଜର ବକ୍ତବ୍ଯରେ ଭାରତୀୟ ଡାକ ସେବା ସଂପର୍କରେ ସୁଚିନ୍ତିତ ଦୁଷ୍ଟିକୋଣ ଦେବା ପରେ ମୁଖ୍ଯ ଅତିଥି ରାଇରଙ୍ଗପୁର ପୁଲିସ ଜିଲ୍ଲା ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ନିଜ ଭାଷଣରେ ରାଇରଙ୍ଗପୁର ଡାକ ଡିଭିଜନ ଆହୁରି ଉନ୍ନତି ରୁ ଉନ୍ନତିତର ହେଉ ବୋଲି କହିଥିଲେ, ଏହାପରେ ଭାରତୀୟ ଡାକ ସେବା କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇଥିବା ବ୍ଯକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୁତ କରାଯାଇଥିଲା, ସେମାନଙ୍କ ମଧ୍ଯରେ ବି ପି ଏମ୍ ସୌରଭ କୁମାର ଘଣା , ହଳଦିଆ ବିଓ, ବି ପି ଏମ୍ ଅଶେନିକା ବେହେରା, ବଡାମତଳିଆ ବିଓ, ବି ପି ଏମ୍ ଶ୍ରଦ୍ଧାଞ୍ଜଳି ରାଉତ, ମାନିକପୁର ବିଓ, ଏ ବି ପି ଏମ୍ ଯଶୋଦା ମହାନ୍ତ, ବାସିଙ୍ଗି ବିଓ, ଡାକ ସେବକ ଶ୍ରବଣ କୁମାର ସୋରେନ, ବହଳଦା ଏସ ଓ, ଏମ ଟି ଏସ୍ ମିନତୀ ମହାନ୍ତ, ଯଶିପୁର ଏସ ଓ, ଡାକ ପିଅନ ରଘୁନାଥ ଗଗରାଇ, କରଂଜିଆ ଏମ ଡି ଜି, ଅଭରସିଅର ରଣଜିତ ମହାନ୍ତ, କରଂଜିଆ, ଅଶୋକ କୁମାର ଦେ, ବାଙ୍ଗିରିପୋଷି, ପୋଷ୍ଟାଲ ସହଯୋଗୀ ସମର ପାଲ, ବିଶୋଇ ଏସ ଓ, ଉପ ପୋଷ୍ଟମାଷ୍ଟର ଶତ୍ରି ଖଣ୍ଡାକେଲ, ଏସ ପି ଏମ ଠାକୁରମୁଣ୍ଡା, ଅଫିସ ସହଯୋଗୀ ରାଜା ନାଥ ଓ ପ୍ରଭାସ କୁମାର ପଣ୍ଡା , ରାଇରଙ୍ଗପୁର ଡିଭିଜନ ଏବଂ ଉପ ଡିଭିଜନ ଭାବେ ବାଙ୍ଗିରିପୋଷି ଉପ ଡିଭିଜନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା, ଉକ୍ତ ଭବ୍ଯ ସମାରୋହରେ ବି ପି ଏମ ସୌରଭ କୁମାର ଘଣା ସଭା ପରିଚାଳନା କରିଥିଲା ବେଳେ ଆବାହକ ରାଇରଙ୍ଗପୁର ଡାକ ଡିଭିଜନ ଅଧିକ୍ଷକ ଗୌରାଙ୍ଗ ଚରଣ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ, ଏଥିରେ ରାଇରଙ୍ଗପୁର ଡାକ ଡିଭିଜନ ର ସମସ୍ତ କର୍ମଚାରୀଗଣ ପରିଚାଳନାରେ ସହଯୋଗ କରିଥିଲେ.


