ରେଡ୍କ୍ରସ ସୋସାଇଟି ପକ୍ଷରୁ ଆସିକାରେ ବନ୍ୟାବିପନ୍ନଙ୍କୁ ରିଲିଫ୍ ବଣ୍ଟନ
ଆସିକା(ୱାଇଏନ୍ଏସ୍): ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଯେଉଁଠି ଛଡାଇ ନେଇଛି ହସ ଓ ଆନନ୍ଦ ସେଠାରେ ପୁଣି ଖୁସି ଫେରାଇ ଆଣିବାକୁ ଆଗେଇ ଆସିଛି ଭାରତୀୟ ରେଡକ୍ରସ୍ ସୋସାଇଟିର ଓଡିଶା ରାଜ୍ୟ ଶାଖା । ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଶାସନ ଗ୍ରାମ ତଥା ଏହାର ଆଖପାଖ କେତେକ ଅଞ୍ଚଳର ପ୍ରାୟ ୨୭୦ ରୁ ଉର୍ଦ୍ଧ୍ୱ ବନ୍ୟାବିପନ୍ନଙ୍କ ଦୁଃଖରେ ସହଭାଗୀ ହୋଇ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ଯେଉଁ ମାନବିକତା ଏବଂ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଗ୍ରହଣ କରିଛି ତାହାକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦୁର୍ନିତୀ ବିରୋଧରେ ଆମେର ସଭାପତି ତଥା ରେଡକ୍ରସ୍ ସୋସାଇଟିର ଆଜୀବନ ସଦସ୍ୟ ପ୍ରସନ୍ନ କୁମାର ତ୍ରିପାଠୀ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରି ଭାରତୀୟ ରେଡକ୍ରସ୍ ସୋସାଇଟିର ଓଡିଶା ରାଜ୍ୟ ଶାଖା ଜନସେବା ମନୋଭାବର ପରିଚୟ ଦେଖାଇଥିବା ଜଣାପଡିଛି । ଗତ ଅକ୍ଟୋବର ମାସ ୨୯ ତାରିଖରେ ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳ ଛାରଖାର୍ ହୋଇଯାଇଥିଲା ବେଳେ ଶହ ଶହ ଲୋକଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ବିପନ୍ନ ପରିବାରବର୍ଗଙ୍କ ଅସରନ୍ତି ଦୁଃଖକୁ ହୃଦବୋଧ କରି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦୁର୍ନିତୀ ବିରୋଧରେ ଆମେ ପକ୍ଷରୁ ବନ୍ୟା ବିପନ୍ନ ପରିବାରବର୍ଗଙ୍କୁ ରିଲିଫ୍ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ଶାଖାକୁ ଅନୁରୋଧ କରାଯାଇଥିଲା । ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ଶାଖା ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଯିବା ପରେ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ତଥା ଏହାର ଆଖପାଖ କେତେକ ସାହିବସ୍ତିର ବନ୍ୟାବିପନ୍ନ ପରିବାରବର୍ଗ ଅସମୟ ଓ ଦୁଃଖ ଏବଂ ବିପଦ ସମୟରେ ସହାୟତାର ହାତ ବଢାଇ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆସିକା ପୌର ପରିଷଦ ଅଧୀନସ୍ଥ କେତେକ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ବଣ୍ଟନ ପାଇଁ ଆସିଥିବା ଚୁଡା, ଚିନି, ବିସ୍କୁଟ୍, ଛତୁଆ ସମେତ ଅନ୍ୟାନ୍ୟ ଶୁଖିଲା ଖାଦ୍ୟକୁ ଧରି ଦୁର୍ନିତୀ ବିରୋଧରେ ଆମେ ସଂଗଠନର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଉପେନ୍ଦ୍ର ନାଥ ମିଶ୍ର, ଗଙ୍ଗାଧର ଶତପଥୀ, ଅନନ୍ତ ଶତପଥୀ, ସହଦେବ ନାୟକ, ଶିବପ୍ରସାଦ ଶତପଥୀ, ବୁବୁନା ହୋତା, ଲିଟୁ ଶତପଥୀ, ଉମା ମହେଶ୍ୱର ଦାଶ (ମୁନା ଦାଶ), ବାପି ନାୟକ, ଗୋପାଳ ନାୟକଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ବନ୍ୟାବିପନ୍ନ ପରିବାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ବୁଝିବା ସାଙ୍ଗକୁ ମନୋବଳ ଦୃଢ କରି ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମ ତଥା ଏହାର ଆଖପାଖ କେତେକ ବନ୍ୟାବପନ୍ନଙ୍କ ପାଖରେ ପହଞ୍ଚି ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆସିଥିବା ରିଲିଫ୍ ସାମଗ୍ରୀକୁ ବଣ୍ଟନ କରି ଦୁର୍ନିତୀ ବିରୋଧରେ ଆମେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯେଉଁ ମାନବିକତାର ପରିଚୟ ଦେଖାଇଛନ୍ତି ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ସାମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି କେତେକ ବନ୍ୟା ବିପନ୍ନଙ୍କ ବିପଦର ବନ୍ଧୁ ସାଜି ପ୍ରପୀଡିତଙ୍କ ଦୁଃଖରେ ସାମିଲ୍ ହେବା ପାଇଁ ହୋଇଥିବା ଏହି ମହତ୍ ପ୍ରୟାସ ନିଶ୍ଚିତ ଭାବେ ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ପରୋପକାରିତାର ଏକ ନଗ୍ନ ଦୃଷ୍ଟାନ୍ତ ବୋଲି ମତ ପ୍ରକାଶ ପାଉଛି ।


