ବିଶ୍ୱନିୟନ୍ତା ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆସିକା  (ୱାଇଏନ୍‍ଏସ୍‍) :ଧର୍ମର ମାସ କାର୍ତ୍ତିକର ମହାପଂଚୁକ ବ୍ରତ ପାଳନ ଅବସରରେ ସୋମବାର ମହାପ୍ରଭୂଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥିଲା । ଧର୍ମର ମାସ କାର୍ତ୍ତିକର ପବିତ୍ର ପଞ୍ଚକର ଚତୁର୍ଦ୍ଦଶୀ ତିଥିରେ ଆସିକା ସହର ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଗୁଡିକରେ ପୂଜା ପାଇ ଆସୁଥିବା ଦାରୁବ୍ରହ୍ମଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଜଗନ୍ନାଥ ମନ୍ଦିରଗୁଡିକରେ ବିଶ୍ୱନିୟନ୍ତା ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଥିବାରୁ କାର୍ତ୍ତିକର ପଞ୍ଚୁକ ବ୍ରତର ଚତୁର୍ଦ୍ଧଶୀ ତିଥିରେ ଜଗନ୍ନାଥ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସର ଶେଷ ୫ ଦିନ ପଂଚୁକ ପାଳନ କରାଯାଉଥିଲା ବେଳେ ଏହି ଦିନ ଗୁଡିକରେ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସ ବର୍ଷକର ସବୁଠାରୁ ପବିତ୍ର ଓ ଧର୍ମଅର୍ଜନର ମାସ ରୂପେ ପରିଚିତ ଥିବାରୁ ଶ୍ରଞ୍ଜାଳୁ ମହିଳା ଓ ବ୍ରତଧାରିଣୀମାନେ ଜଗନ୍ନାଥ ମନ୍ଦିର ଗୁଡିକରେ ପ୍ରବଳ ଭିଡ ଜମାଇ ଅତ୍ୟନ୍ତ ନିଷ୍ଠାର ସହ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଧର୍ମ ଓ ପୂଣ୍ୟ ଅର୍ଜନର ମାସର କାର୍ତ୍ତିକ ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପଞ୍ଚୁକ ପାଇଁ ଆସିକା ସହର ତଥା ଏହାର ଆଖପାଖ ଜଗନ୍ନାଥ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ବେଳେ ହରିବୋଲ ଓ ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକର ପଞ୍ଚୁକରେ ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଜଗନ୍ନାଥ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଆଶାତୀତ ସମାଗମ ହୋଇଥିଲା । ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜଧିରାଜ ବେଶ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଧର୍ମ ଓ ପୂଣ୍ୟ ଅର୍ଜନର ମାସ କାର୍ତ୍ତିକର ଶେଷ ୫ ଦିନ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ଭୂଷିତ କରାଯାଉଥିଲା ବେଳେ ପଞ୍ଚୁକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କ ଦୁର୍ଲଭ ବେଶକୁ ଦର୍ଶନ କରି ଭାବବିହ୍ୱଳିତ ହୋଇପଡୁଥିବା ଦେଖିବାକୁ ମିଳିଛି । ବିଶ୍ୱନିୟନ୍ତା ମହାପ୍ରଭୁ ଭାବର ଠାକୁର ଶ୍ରୀ ଜଗନ୍ନାଥଙ୍କୁ ନିର୍ମଳ ମନରେ ଓ ହୃଦୟର ସହ ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କଲେ ଶତକୋଟି ଜନ୍ମର ପାପନାଶ ହେବା ସହ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଧର୍ମ ଓ ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଜଗନ୍ନାଥ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ଲକ୍ଷ୍ୟ କରାଯାଇଥିଲା । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୂଙ୍କ ଦୁର୍ଲଭ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କରି ଭକ୍ତ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଥିଲା ବେଳେ ମନ୍ଦିର ଗୁଡିତରେ ଏକ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ