ତ୍ରିବିଦ୍ଧେଶ୍ୱର ଶୈବପୀଠରେ ଅଷ୍ଟପ୍ରହର ନାମଯଜ୍ଞ

ଆସିକା  (ୱାଇଏନ୍‍ଏସ୍‍): ପବିତ୍ର କାର୍ତ୍ତିକ ମାସ ଅବସରରେ ଆସିକା ସହର ତଥାର ଏହାର ଆଖପାଖ ଅଞ୍ଚଳ ହରେକୃଷ୍ଣ, ହରେରାମ ନାମରେ ମୁଖରିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ପୂର୍ବବର୍ଷଭଳି ଚଳିତ ବର୍ଷ ମଧ୍ୟ ଆସିକା ପୌର ପରିଷଦ ଅଧିନସ୍ଥ ବଜାର ସାହି ସ୍ଥିତ ପୁଣ୍ୟୋତୋୟା ଋଷିକୁଲ୍ୟା ନଦୀ ତଟରେ ବିଜେ ଶ୍ରୀଶ୍ରୀ ତ୍ରିବିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର କାର୍ତ୍ତିକ ମାସ ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ସୋମବାର ଠାରୁ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ନାମପ୍ରେମୀ ପରିଚାଳନା ମଣ୍ଡଳୀ ଭକ୍ତବୃନ୍ଦଙ୍କ ପକ୍ଷରୁ ତ୍ରିବିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣା, ବାବୁଲା ଆଚାରୀ, ସାଗର ମୁନି, ସତୀଶ୍‍ ଆଚାରୀ, କାଳିଆ ମିୁନି, ସିଲୁ ମୁନି, କାହ୍ନା ଆଚାରୀ, କାଳୁ ଆଚାରୀ, ସାଗର ମହାପାତ୍ର, ତାରିଣୀ ଆଚାରୀ, ଗୀତ୍‍ ସାହୁ, ଟି.ଶୁଭମ୍‍ ପାତ୍ର, ବାବୁଲା ମୁନି ପୁରୋହିତ ଗୁରୁପ୍ରସାଦ ଦାଶଙ୍କ ସମେତ ବହୁ ଆଧ୍ୟାତ୍ମିକ ପ୍ରେମୀ ଓ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ହରେକୃଷ୍ଣ ହରେରାମ ଧ୍ୱନିରେ ସମଗ୍ର ଅଞ୍ଚଳ ଓ ମନ୍ଦିର ପରିସର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ପୁଣ୍ୟୋତୋୟା ଋଷିକୁଲ୍ୟ ନଦୀତଟରେ ବିଜେ ଶ୍ରୀ ଶ୍ରୀ ତ୍ରିବିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମିତ୍ତ ଦଶମ ବର୍ଷ ସକାଶେ ସୋମବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ଓ ନୀତିକାନ୍ତି ସାଙ୍ଗକୁ ଉତ୍ସାହ ଓ ଉଦ୍ଦୀପନାର ସହ ଆରମ୍ଭ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ନାଚୁଣିବାଡି, ଗୋବିନ୍ଦପୁର, ବଇଡା ଗ୍ରାମର ନାମ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ନାମଯଜ୍ଞ ଉଦ୍‌ଯାପନୀ ପରେ ଦଧିଭାଣ୍ଡ ଭଞ୍ଜନ, ନଗର କୀର୍ତ୍ତନ, ଯମୁନା ସ୍ୱାନ, ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ତ୍ରିବିଦ୍ଧେଶ୍ୱର ଶୈବପୀଠରେ ଆରମ୍ଭ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ ଅବସରରେ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଆଇନଜୀବୀ ନଚିକେତା ସ୍ୱାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ତଥା ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଅନିମା ପରିଡା, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ବିଜେଡି ନେତା ରବିନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ମହାରଣା, କାହ୍ନୁ ଚରଣ ଦଳେଇ, ସାଇରାଜ ଦଳେଇ, ଇଶ୍ୱର ସ୍ୱାଇଁ, ସନାତନ ବିଶ୍ୱାଳ, ମାନସ ରଂଜନ ଗୌଡ, ସନ୍ତୋଷ ନାହାକ, ସୁନିଲ୍‍ କୁମାର ପାଣିଗ୍ରାହୀ, ମନୋଜ କୁମାର ପ୍ରଧାନ, ପ୍ରଣବ କୁମାର ପାଢୀ, ଶ୍ୱେତବସନ୍ତ ଲେଙ୍କା, ଜଗବନ୍ଧୁ ମହାରଣା, ପ୍ରିୟରଂଜନ ବେହେରା, ପ୍ରେମଚାନ୍ଦ ଜେନା, ପ୍ରଦୀପ ଆଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଧ୍ୟାତ୍ମିକପ୍ରେମୀ ଏବଂ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରଭୂୁ ନିତେଇ ଗୌରାଙ୍ଗ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳକାମନା କରିଥିଲେ । ପୁଣ୍ୟୋତୋୟା ଋଷିକୁଲ୍ୟା ନଦୀ ତଟରେ ବିଜେ ଶ୍ରୀଶ୍ରୀ ତ୍ରିବିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱକଲ୍ୟାଣ ନିମିତ ନବମ ବର୍ଷ ଅଷ୍ଟପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ମହୋତ୍ସବକୁ ସୁପରିଚାଳନା ପାଇଁ ନାମପ୍ରେମୀ ପରିଚାଳନା ମଣ୍ଡଳୀ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ