ବାରହା ଶିକାର ଅଭିଯୋଗରେ ଶିକାରୀ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବାରହା ଶିକାର ଅଭିଯୋଗରେ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ଗାରାବନ୍ଧା ସେକ୍ସନର ବୁର୍ଜୁଲି ବିଟ୍ ଅଞ୍ଚଳରୁ ବନ ବିଭାଗର ସ୍କ୍ୱାର୍ଡ ପେଟ୍ରୋଲି ବେଳେ ବାରହାକୁ ଶିକାର କରିଥିବା ଜଣେ ଯୁବକଙ୍କୁ ଧରିଥିବା ଜଣାପଡିଛି. ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ରମ୍ପା ପଞ୍ଚାୟତ ଅନ୍ତର୍ଗତ ଲୁମୁଣ୍ଡା ଗ୍ରାମର ଶିବ ଶବର (୩୩)। ଗତକାଲି ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ବୁରୁଗାଁ ନିକଟରେ ତାକୁ ଅଟକାଇ ଯାଞ୍ଚ କରିବାରେ ସେ ବାରାହା ଶିକାର କରି ବୋହି ନେଇଥିବା ଜଣା ପଡିଥିଲା. ତେଣୁ ଶିକାରୀ ଶିବକୁ ମହେନ୍ଦ୍ର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇ ତଦନ୍ତ କରାଯିବାରେ ସେ ବାରହା ଶିକାର କରିଥିବା ସ୍ପଷ୍ଟ ହୋଇଥିଲା । ପରେ ଘଟଣା ନେଇ ବନ ବିଭାଗ ମହେନ୍ଦ୍ର ରେଞ୍ଜରେ ଓଆର୍ ନମ୍ବର ୨୮ ଏମ୍/୨୦୨୬-୨୭ରେ ମାମଲା ରୁଜୁ କରି ଶିକାରୀ ଶିବକୁ ଗିରଫ କରାଯାଇଥିଲା. ପାରଳାଖେମୁଣ୍ଡି ଏସିଏଫ ସାଇନଶ୍ରୀ ଦାସ ଏହି ଶିକାର ଘଟଣା ନେଇ ଜଣାଇଛନ୍ତିଯେ, ମୃତ ବାରହାକୁ ଉପଲଡା ପଶୁ ଚିକିତ୍ସାଳୟରେ ପୋଷ୍ଟମୋର୍ଟମ କରାଯିବା ପରେ ମୃତ ବାରହାକୁ ମାଟିରେ ପୋତି ଦିଆ ଯାଇଥିଲା. ଶିକାରୀ ଶିବକୁ ଗିରଫ କରି ପାରଳାଖେମୁଣ୍ଡି କୋୖର୍ଟକୁ ଚାଲାଣ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ