ଖେମୁଣ୍ଡି ଖଲାସି ସଂଘ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଖଲାସି ସଂଘ ର ପରିବର୍ଦ୍ଧିତ ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ନିମପଲ୍ଲି ଗ୍ରାମ ନିକଟସ୍ଥ ରିଝର ପଡ଼ିଆ ଠାରେ ଅନୁଷ୍ଠିତ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଯୁଧିଷ୍ଠିର ଦାସ ଅଧ୍ୟକ୍ଷତା କରିଥିଲେ। ପରଲୋକ ଗତ ସଂଘର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଖଲାସି ସଂଘ କୁ ଅଧିକା କ୍ରିୟାଶୀଳ କରାଯିବା ନିମନ୍ତେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ନିର୍ଦ୍ଧାରଣ ଗୃହୀତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ପ୍ରଣୀତ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ରେ ଆବଶ୍ୟକ ସହାୟତା ନିମନ୍ତେ ସଂଘର ସଭ୍ୟବୃନ୍ଦ ଆବେଦନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଗାଣ୍ଡୁ ସେଠୀ ଙ୍କ ଶାରୀରିକ ଅସୁସ୍ଥତା କାରଣରୁ ସେ କାର୍ଯ୍ୟରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଅନୁରୋଧ କରିବାରୁ ସଭାରେ ଏନେଇ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଶେଷରେ ସଂଘ ର ନୂତନ ସଭାପତି ଭାବେ ଆଇନଜୀବୀ ଅଶେଷ ନାଥ ମିଶ୍ର,କାର୍ଯ୍ୟକାରୀ ସଭାପତି ଯୁଧିଷ୍ଠିର ଦାସ, ଉପସଭାପତି ଉଜ୍ଜଳ ସେଠୀ,ସମ୍ପାଦକ ପାଣ୍ଡବ ସେଠୀ,ସହ ସମ୍ପାଦକ ସନ୍ତୋଷ ସେଠୀ,କୋଷାଧ୍ୟକ୍ଷ ଭାବେ ଶୁକଦେବ ବେହେରା ଙ୍କୁ ସର୍ବସମ୍ମତ ଭାବେ ଚୟନ କରାଯାଇଥିଲା। ସୁପର ଭାଇଜର ଲକ୍ଷ୍ମଣ ମହାନ୍ତି,ରୋହିତ ସେଠୀ, ରଞ୍ଜନ ସେଠୀ, ଆନନ୍ଦ ସେଠୀ,କାଳିଆ ସେଠୀ, ପିଣ୍ଟୁ ଦାସ, କାହ୍ନୁ ଚରଣ ସେଠୀ,ଭଗବାନ ସେଠୀ ପ୍ରମୁଖ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ