ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ EBSCO ସୂଚନା ସେବା ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ଡ. ରଶ୍ମିତା ପାଢ଼ୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ EBSCO ର ଟ୍ରେନିଂ ମ୍ୟାନେଜର ଶ୍ରୀ ରାଜ୍ ମହାପାତ୍ର ଯୋଗଦେଇ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଇ – ପାଠାଗାରକୁ ବ୍ୟବହାର କରି ବିଭିନ୍ନ ଭାବରେ ଉପକୃତ ହୋଇପାରିବେ। କେବଳ ପାଠ୍ୟକ୍ରମ ନୁହେଁ, ସହାୟକ ଅନେକ ତଥ୍ୟ ପ୍ରାପ୍ତି ତଥା ଉଚ୍ଚତର ଗବେଷଣା ନିମନ୍ତେ ଏହା ସହାୟକ ହେବ ଏଥିରେ ସନ୍ଦେହ ନାହିଁ। ଗୋଟିଏ ଶିକ୍ଷାବର୍ଷ ଏକାଧିକ ଥର ଏହି ପ୍ରଶିକ୍ଷଣ ପ୍ରଦାନ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ଲାଭବାନ୍ ହେବେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯଥେଷ୍ଟ ଉତ୍ସାହିତ ହେବା ସହ ଆଗ୍ରହ ପ୍ରକାଶ କରିଛନ୍ତି।


