ସ୍ତ୍ରୀ ଙ୍କୁ ନିର୍ଯ୍ୟାତନା ଅଭିଯୋଗ : ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

  ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଚିକିଟି ବ୍ଲକ ଅଧିନ ଏକ ଗ୍ରାମର ଜଣେ ଯୁବତୀ ଗତ ପ୍ରାୟ ୧ ବର୍ଷ ପୂର୍ବେ ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମର ଶଙ୍କର ସାହୁ ଙ୍କୁ ବିବାହ କରିଥିଲେ।ବିବାହର କିଛି ମାସ ହସ ଖୁସି ରେ କଟିବା ପରେ  ଶଙ୍କର ତାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଗର୍ଭାବସ୍ଥାରେ ମାଡ଼ ମାରିବାରୁ ସେ ବାପ ଘରକୁ ଚାଲି ଆସିଥିଲେ। ସ୍ତ୍ରୀ ତାଙ୍କ ବାପ ଘରେ ରହୁଛନ୍ତି।ସ୍ୱାମୀ ତାଙ୍କୁ କୌଣସି ଭରଣପୋଷଣ ଦେଉନଥିବାରୁ ସେ ଆର୍ଥିକ ଅନଟନ ଭିତରେ କାଳାତିପାତ କରୁଛନ୍ତି। ଏପରିକି ତାଙ୍କ ର ମାତ୍ର ଦେଢ଼ମାସ ବୟସର  ଶିଶୁପୁତ୍ର କୁ ଚିକିତ୍ସା ପାଇଁ ମଧ୍ୟ ଡାକ୍ତରଖାନା କୁ ନେଉନାହାନ୍ତି।ଫୋନ କଲେ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଉଥିବା ନେଇ ସେ କେ. ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୩୭୫/୨୬ ବିଏନ୍ଏସ ର ଦଫା -୨୯୬/୧୧୫(୨)/୮୫/୩୫୧(୨) ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଶଙ୍କର ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ ଅଭିଯୋଗର ତଦନ୍ତ ଚଳାଇଛନ୍ତି।ତଦନ୍ତ ପରେ  ସମୁଦାୟ ଘଟଣାର  ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ