ଆଇଏଏସ୍ ଅଫିସର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ବର- ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମଙ୍ଗଳବାର ଆଇଏଏସ୍ ଅଫିସର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଆସନ୍ତା ୫ତାରିଖ ଯାଏଁ ସେ ଭିଜିଲାନ୍ସ ରିମାଣ୍ଡରେ ରହିବେ । ଜାନୁୟାରୀ ୨ରୁ ୬ତାରିଖ ଯାଏଁ ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ଉଲ୍ଲେଖ ଯୋଗ୍ୟ ରଜ୍ୟ ସରକାର ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗତକାଲି ନିଳମ୍ବିତ କରିଥିଲେ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ ପାସ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।


