ଗୋଟିଏ ଗାଁରୁ ୪୭ ଆଇଏଏସ୍‌

ଦେଶକୁ ଅଧିକ ଆଇଏଏସ୍‍-ଆଇପିଏସ୍‍ ଦେବାର ଗୌରବ ଲାଭ କରିପାରିଛି ଜୋନ୍ପୁାର ଜିଲ୍ଲାର ଗଦିପୁର ଗ୍ରାମ । ହେଲେ ଏତେ ଜଣ ଆଇଏଏସ୍ଙ୍କୁି ସୃଷ୍ଟି କରିଥିବା ଏହି ଗ୍ରାମ ଆଜି ବି ବିକାଶଠାରୁ ବହୁଦୂରରେ ରହିଛି । ଗ୍ରାମସଭାର ୧ହଜାରରୁ ଅଧିକ ମହିଳା ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟୋଦୟ ପରେ ଶୌଚ ପାଇଁ ବାହାରକୁ ଯାଇଥାଆନ୍ତି । ଏହି ଗ୍ରାମରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ନାହିଁ । ଅସୁସ୍ଥ ଲୋକଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀମାନେ ଜୋନ୍ପୁରର ସହରକୁ ନେଇଥାଆନ୍ତି । ଗ୍ରାମସଭାର ରାଜପୁତ୍‍ ଟୋଲା ମାଧୋପଟିରେ ୭୫ଟି ଘର ବାହାରିଛନ୍ତି ୪୭ ଆଇଏଏସ୍‍ । ଏଥିପାଇଁ ସେମାନଙ୍କର ଛାତି ଗର୍ବରେ ଫାଟି ଉଠେ । ତେବେ ବାସ୍ତବ କଥା ହେଉଛି, କିଛି ବ୍ୟକ୍ତିଙ୍କୁ ଛାଡ଼ି ଚାକିରି ପାଇବା ପରେ ଅନ୍ୟ ଆଇଏଏସ୍ମାଉନେ ଏହି ଗ୍ରାମର ମୁହଁକୁ ଦେଖିବାକୁ ଆସୁନାହାନ୍ତି । ଯେଉଁ କାରଣରୁ ଗ୍ରାମର ଅବସ୍ଥାରେ କୌଣସି ସୁଧାର ଆସୁନାହିଁ ବୋଲି କୁହନ୍ତି ଗ୍ରାମର ପୂର୍ବ ପ୍ରଧାନ ଦିଲ୍ଲୀପ ସିଂହ । ଅଧିକ ଅଫିସର ସୃଷ୍ଟି କରିଥିବା ଗ୍ରାମର ମାନ୍ୟତା ପାଇଥିବା ଗଦିପୁର ଗ୍ରାମର ପ୍ରଧାନ ବାସୁଦେବ ଯାଦବ କୁହନ୍ତି ଯେ, ଅଢେ଼ଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ୮୦୦ ରାଜପୁତ୍‍, ଦୁଇଶହ ବ୍ରାହ୍ମଣ ପରିବାର ମଧ୍ୟ ଅଛନ୍ତି । ହେଲେ ଗ୍ରାମରେ ଥିବା ଦଳିତ ତଥା ଗରିବ ଲୋକଙ୍କ ବିକାଶ ଦିଗରେ କେହି ଚିନ୍ତା ମଧ୍ୟ କରନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ