ମା ବରାହୀ ସେବାସଂଘର ବାର୍ଷିକ ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ମା ବରାହୀ ସେବାସଂଘ ବଞ୍ଚୋର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା ବରାହୀଙ୍କ ମନ୍ଦିର ପ୍ରାଙ୍ଗଣରେ ପୁର୍ବତନ ସରପଞ୍ଚ ଛବିନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ରତିକାନ୍ତ ରାଉତ, ଶିକ୍ଷାବିତ ଗିରିଧାରୀ ପଟ୍ଟନାୟକ, ଅନାମ ଚରଣ ବରାଳ, ଗୟାଧର ବେହେରା, ସନାତନ ଓଝା, ସୁଧାଶୁଂ ରାଉତ, ସନାତନ ପଟ୍ଟନାୟକ, ଚିନ୍ତାମଣୀ ରାଉତ, ଶଶାଙ୍କ ଶେଖର ପୁହାଣ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସଞ୍ଜୟ କୁମାର ରାଉତ, କିର୍ତ୍ତନ ବିହାରୀ ନାୟକ, ବୀର କିଶୋର ପଟ୍ଟନାୟକ, ରତ୍ନାକର ଓଝା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେବାସଂଘର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସହଯୋଗର ମନୋଭାବ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଅଞ୍ଚଳର ନିରାଶ୍ରୟ, ଗରିବ ଲୋକମାନଙ୍କୁ ସଂଘ ପକ୍ଷରୁ ସମସ୍ତ ପ୍ରକାର ସହାୟତାର ହାତ ବଢ଼ାଇ ଚାଲିଛି ବୋଲି ସଂଘର ପ୍ରତିଷ୍ଠାତା ମୁକେଶ ରାଉତ ମତବ୍ୟକ୍ତ କରିଥିଲେ । ଏଥିରେ ସଭାପତି ସୁରେଶ ସୁରେଶ ବରାଳ, ସମ୍ପାଦକ ବାପୁନୁ ଓଝା, ଉପସଭାପତି ପ୍ରଶାନ୍ତ ସ୍ୱାଇଁ, ସହ ସମ୍ପାଦକ ଆଶିଷ ଡଙ୍କ, କୋଷାଧ୍ୟକ୍ଷ ବଳରାମ ରାଉତ, ମନୋରଞ୍ଜନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପ୍ରରିଚାଳନା କରିଥିବାବେଳେ ସନ୍ତୋଷ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ