ଭୋଟର ଜାଗରଣ କାର୍ଯ୍ୟକ୍ରମ

ହିଂଜିଳିକାଟ (ଶେଷଦେବ ସାହୁ) : ହିଂଜିଳିକାଟୁ ସ୍ୱଂୟ।।ସିତ ବିଞାନ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ନେଇ ସୋମବାର ଦିନ ମହାବିଦ୍ୟାଳୟ ପରିସରରେ ଏକ ଭୋଟର ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଁରାଜୀ ବିଭାଗୀୟ ମୁଖ୍ୟ ଅଧ୍ୟଶପକ ଡ଼ଃ. ଅଶ୍ୱିନି କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସି. ଏଚ. ଚନ୍ଦ୍ରଶେଖର ପୃଷ୍ଟି ଯୋଗଦେଇ ଆନୁଷ୍ଠନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସାମ୍ପ୍ରତିକ ଯୁବ ସମାଜକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧିବଧ ଭାବେ ଭୋଟର ଶିକ୍ଷା ଏବଂ ନିର୍ବାଚନ ପ୍ରକିୟା ଜନିତ ସହଭାଗିତାର ଆବଶ୍ୟକତାକୁ ହୃଦୟଙ୍ଗମ କରାଇବା ପାଇଁ ଏହା ଏକ ସୁନିୟୋଜିତ କର୍ମଶାଳା ବୋଲି ମୁଖ୍ୟ ଅତିଥି କହିଥିଲେ । ଗଣତନ୍ତ୍ର ସହଭାଗିତା ମାଧ୍ୟମରେ ସୁଦୃଢ କରିବା ପାଇଁ ଉକ୍ତ ଜାଗରଣ ମଂଚର ମୁଳ ଲକ୍ଷ୍ୟ ବୋଲି ଅଧ୍ୟାପକ ସିଂ କହିଥିଲେ । ଇଁରାଜୀ ବିଭାଗୀୟ ଅଧ୍ୟାପକ ଜିତୁ ମୁଥା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ିଆ, ଇଁରାଜୀ ଓ ଇତିହାସ ବିଭାଗୀୟ ଶିକ୍ଷାର୍ଥୀ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ