ସମୃଦ୍ଧ ଓଡ଼ିଶା ଉଦ୍ଦେଶ୍ୟରେ ସଂକଳ୍ପ ଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମତାକ୍ରାନ୍ତି ଦଳର ୨୦୧୯ ନିର୍ବାଚନ ଇସ୍ତାହାରକୁ ସମର୍ପିତ କରି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ, ଦେଶ ଓ ରାଜ୍ୟରେ •ଲିଥିବା ଚଳିତ ସାଧାରଣ ନିର୍ବାଚନ ବିଗତ ନିର୍ବାଚନଗୁଡ଼ିକ ତୁଳନାରେ ଅଦ୍ଭୁତପୂର୍ବ ଓ ଅର୍ଥବଳ, ବାହୁବଳ, ନିଶା ବଣ୍ଟନ ଓ ଭୋଟରମାନଙ୍କୁ କରାୟତ କରିବା ପାଇଁ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି । ନିର୍ବାଚନ କମିଶନ ମୁକ୍ତ ନିର୍ବାଚନ କରିବାରେ ସଫଳ ହୋଇପାରୁ ନାହାଁନ୍ତି । ଦେଶର ଉଭୟ ମୁଖ୍ୟ ଜାତୀୟ ଦଳ ଓ ରାଜ୍ୟର ସରକାରୀ ଦଳ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ରାଜ୍ୟ ସ୍ୱାର୍ଥ ସାଧନ ତୁଳନାରେ ଦଳର ସ୍ୱାର୍ଥ ଓ କଳେବର କ୍ଷମତା ଦଖଲ ଏମାନଙ୍କର ମୁଖ୍ୟ ଲକ୍ଷ୍ୟ । ପ୍ରାକୃତିକ ସମ୍ପଦଭରା ରାଜ୍ୟ, କେନ୍ଦ୍ରର କ୍ରମାଗତ ଅବହେଳା ଓ ରାଜ୍ୟର ଅପାରଗ ଶାସନ ପାଇଁ ଦରିଦ୍ର ଓ ଅଣବିକଶିତ ରାଜ୍ୟ ଭାବରେ ପରିଚୟ ଦେଉଛି । •ଷୀ ଆତ୍ମହତ୍ୟା, •ଷୀ ସମସ୍ୟା, ବେକାରୀ ଓ ଦାରିଦ୍ର‌୍ୟରେ ରାଜ୍ୟବାସୀ ସନ୍ତୁଳିତ । ବିଭିନ୍ନ ଜନ ଆନ୍ଦୋଳନରୁ ଜନ୍ମ ଲାଭ କରିଥିବା ସମତାକ୍ରାନ୍ତି ଦଳ ରାଜ୍ୟରେ ଅନ୍ୟ ଏକ ଦୃଢ ଆଞ୍ଚଳିକ ଦଳ କରିବା ଲକ୍ଷ୍ୟରେ ବିଗତ ୫ବର୍ଷ ଧରି ଲଗାତର ଉଦ୍ୟମ ଜାରି ରଖିଛି । ଛୋଟ ଛୋଟ ଦଳ ଓ ବ୍ୟକ୍ତିବିଶେଷଙ୍କୁ ଏକତ୍ରିତ କରିବା କାର୍ଯ୍ୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ଦଳ ଲକ୍ଷ୍ୟଚ୍ୟୁତ ହୋଇନାହିଁ । ଝୁଲା ବିଧାନ ସଭା ହେଲେ ଦଳ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ, ନଚେତ୍ ସକ୍ରିୟ ବିରୋଧୀ ଦଳର ଭୂମିକା ନିଭାଇବ । ରାଜ୍ୟରେ ମୌଳିକ ସମସ୍ୟା ସମାଧାନରେ ଦଳ ବିଧାନସଭା ଭିତରେ ଓ ବାହାରେ ସକାରାତ୍ମକ ଦାୟିତ୍ୱ ନିର୍ବାହ କରିବ । ଦଳର ସଭାପତି ସମାଜବାଦୀ ନେତା ଶ୍ରୀ ପ୍ରଶାନ୍ତ ମିଶ୍ର ରାଜ୍ୟର ଦୁର୍ଗତି ପାଇଁ କଂଗ୍ରେସ, ବିଜେପି. ଓ ବିଜେଡ଼ି ଦାୟୀ ବୋଲି କହିବା ସହିତ ସମତାକ୍ରାନ୍ତି ଦଳ ତାର ନୀତି ଆଦର୍ଶରେ ଅଟଳ ରହି ଆଗାମୀ ଦିନରେ ରାଜ୍ୟର ଅଗଣିତ ଜନସାଧାରଣଙ୍କୁ ଅର୍ଥନୈତିକ ସମତା, ସାମାଜିକ ନ୍ୟାୟ ଓ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନ ଦେବା ସହ ମଦମୁକ୍ତ ରାଜ୍ୟ ଓ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମତାକ୍ରାନ୍ତି ଦଳ ରାଜ୍ୟ ଯୁବ ସଭାପତି ଇଂ ଶାରଦା ପ୍ରସନ୍ନ ସ୍ୱାଇଁ, ଉପସଭାପତି ପ୍ରଭାସ ସାମନ୍ତରାୟ, ମଦନ ନନ୍ଦ, ସାଧାରଣ ସମ୍ପାଦକ ଅଡ଼ଭୋକେଟ ଦିଗନ୍ତ ଦେ, ସମ୍ପାଦକ ସରୋଜ ଶତପଥୀ, ଯୁବନେତା ଳକ୍ଷ୍ମୀକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଦଳର ପ୍ରାର୍ଥୀମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ