କେରାଣ୍ଡିତୋଳାରେ ବରିଷ୍ଠ ନାଗରିକ ମଞ୍ଚ ଉଦ୍‌ଘାଟିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ବ୍ଲକ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ବରିଷ୍ଠ ନାଗରିକ ମଞ୍ଚ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି । ବରିଷ୍ଠ ନାଗରିମାନେ ସମାଜର ଦିଗ ଦର୍ଶକ ଏବଂ ସେମାନଙ୍କୁ କୌଣସି ସ୍ତରରେ ଅବହେଳା କରାଯିବା ଉଚିତ୍ ନୁହେ ବୋଲି କହିବା ସହିତ ମଞ୍ଚର ନିବେଦନ ଅନୁଯାୟୀ ଏକ ଚିତ୍ତବିନୋଦନ କେନ୍ଦ୍ର ପ୍ରତିଷ୍ଠା ଏବଂ ଭାଗବତ ଟୁଙ୍ଗୀ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମଞ୍ଚର ସଭାପତି ନରହରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମଞ୍ଚର ଉପଦେଷ୍ଟା କୋରା ମହାରଣା, ନିରଞ୍ଜନ ସାହୁ ଓ ଦୁଃଖୀଶ୍ୟାମ ପ୍ରଧାନ ମଞ୍ଚର କାର୍ଯ୍ୟକ୍ରମ ଉପରେ ମତ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ଜଟେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚର ସଂଯୋଜକ ରାଜ୍ୟପାଳ ପୁରୁସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଉଦ୍‌ଘାଟନ ଉତ୍ସବ ସଂଯୋଜନା କରିଥିଲେ । ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଘନଶ୍ୟାମ ସାହୁ, ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା, ଲକ୍ଷ୍ମଣ ପାଣିଗ୍ରାହୀ, ପର୍ଶୁରାମ ପ୍ରଧାନ, ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ ଓ ଯୁବଗୋଷ୍ଠୀର ଅମରେଶ୍ୱର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ଅନୀଲକାନ୍ତ ମହାରଣା, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ