ବିମାନରେ ଭୟାଭହ ଅଗ୍ନିକାଣ୍ଡ ,ଚାଲିଗଲା୧୭୦ ଜୀବନ
ଦୁବାଇ: ଚଳିତ ବର୍ଷ ପ୍ରଥମ ବିମାନ ଦୁର୍ଘଟଣା ଘଟିଛି ଇରାନର ରାଜଧାନୀ ତେହେରାନରେ । ଜଳିଯାଇଛି ବୋଇଙ୍ଗ୍ ୭୩୭ ବିମାନ । ଅନ୍ତର୍ଜାତୀୟ ଗଣମାଧ୍ୟମର ମିଳିଥିବା ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୦ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି । କେହି ଜଣେ ହେଲେ ଜୀବନ ବଞ୍ଚାଇ ପାରି ନାହାନ୍ତି । ବିମାନଟି ଉଡାଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । ୟୁକ୍ରେନ୍ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ଲାଇନ୍ ରେ ଗୋଟାଏ ବୋଇଙ୍ଗ୍ ୭୩୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଫାର୍ସ୍’ ଖବର ସରବରାହ ସଂସ୍ଥା ବୁଧବାର ଦିନ ଟୁଇଟ୍ କରିଛି । ୧୭୦ ଜଣ ଯାତ୍ରୀଙ୍କୁ ନେଇ ଇରାନ୍ ଇମାମ୍ ଖୋମିନି ବିମାନ ବନ୍ଦରରୁ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା । ଏହାପରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି ।


