ତୁଳସୀପୁର ପଞ୍ଚାୟତ ବିଜେଡିର ବୈଠକ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଚାରିଛକ – କାକଟପୁର ମୁଖ୍ୟ ରାସ୍ତା ର ଜଗନ୍ନାଥପୁର ନିକଟସ୍ଥ ମା ‘ କୁତାମଚଣ୍ଡୀ ଙ୍କ ପୀଠ ଠାରେ ତୁଳସୀପୁର ପଞ୍ଚାୟତ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ଯୁବ ବିଜେଡ଼ି ସଭାପତି ପଦ୍ମଲାଭ ବାରିକ, ଗଜାନନ ତ୍ରିପାଠୀ, ବିଷ୍ଣୁ ଚରଣ ମହାପାତ୍ର, ରମେଶ ଚନ୍ଦ୍ର କର, ଟୁନା କର, ସୁବ୍ରତ କର, ମୁନୁ ଖାଁ, ଜମ୍ବୁଲା ଖାଁ, ଅଭିରାମ ବାରିକ, ଲକ୍ଷ୍ମୀଧର ସାହୁ,ନିରଂଜନ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଦ୍ୱିଜବର ସାହୁ, ପର୍ଶୁରାମ ମହାପାତ୍ର, ବ୍ରଜ କିଶୋର ସାହୁ, ଲକ୍ଷ୍ମୀଧର ଦାସ, କୈଳାସ ଚନ୍ଦ୍ର ବେହେରା, ତ୍ରିଲୋଚନ ଭୋଇ ପ୍ରମୁଖ ଯୋଗ ଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ କିପରି ଦଳୀୟ ପ୍ରାର୍ଥୀ ମାନେ ବିଜୟ ଲାଭ କରିବେ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା। ତୁଳସୀପୁର ପଞ୍ଚାୟତ ର ୧୯ ଟି ୱାର୍ଡ ରେ ଦଳୀୟ କର୍ମୀ ମାନଙ୍କୁ ନେଇ କମିଟି ଗଠନ ହୋଇଥିଲା। ଏହି ବୈଠକ ରେ ୨୦୦ ରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ର ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା ପ୍ରାର୍ଥୀ ଯେପରି ବିଜୟୀ ହେବେ ସମସ୍ତେ ଶପଥ ନେଇ ଥିଲେ।


