ଅଠର ମୁଲକ କୈବର୍ତ୍ତ ମହାସଭାର ବାର୍ଷିକୋତ୍ସବ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ବ୍ଲକ ଚାରିଛକ ନିକଟସ୍ଥ ଚହଟା ସ୍ଥିତ ମା ‘ ଜଗତେଶ୍ୱରୀଙ୍କ ପୀଠ ଠାରେ ଅଠରମୂଲକ କୈବର୍ତ୍ତ ମହାସଭା ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମହାସଭା ର ସଭାପତି ଉପ ଆୟୋଗ ଚନ୍ଦ୍ରକାନ୍ତ ଦଳାଇ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପିନାଥ କର ଯୋଗ ଦେଇ କୈବର୍ତ୍ତ ଜାତିର ଉନ୍ନତି ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା କୃଷକ ନେତା ସନାତନ ପାତ୍ର, କୈବର୍ତ୍ତ ମହା ସମାଜ ଗବେଷଣା ପ୍ରତିଷ୍ଠାନର ଗବେଷକ ଡକ୍ଟର କେଦାରନାଥ ସାହୁ, କୋଷାଧ୍ୟକ୍ଷ ସରୋଜ କୁମାର ବେହେରା,ଉପଦେଷ୍ଟା କୃଷ୍ଣମୋହନ ବେହେରା, ଭ୍ରମରବର ବେହେରା, କରୁଣାକର ବେହେରା, ବ୍ରହ୍ମାନନ୍ଦ ଦାସ,ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କାହ୍ନୁ ଚରଣ ବେହେରା, ଲିଙ୍ଗରାଜ ଦାସ, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଅରକ୍ଷିତ ଭୋଇ, ପାଣ୍ଡବ ଚରଣ ବେହେରା, ସମିତି ସଭ୍ୟ କେଦାରନାଥ ବେହେରା, ପୂର୍ବତନ ସଭାପତି ଭାରତ ବେହେରା ଙ୍କ ନାତି ରାଜେଶ ବେହେରା,ମଙ୍ଗୁଳି ଭୋଇ , ରମେଶ ଚନ୍ଦ୍ର ମାଝୀ, ସରପଞ୍ଚ ତ୍ରିନାଥ ନାୟକ, ଡକ୍ଟର ଜଗବନ୍ଧୁ ବେହେରା, ସୁଧାଂଶୁ ଶେଖର ବେହେରା ପ୍ରମୁଖ ଯୋଗଦେଇ କୈବର୍ତ୍ତ ମାନେ ପ୍ରାଚୀ ଉପତ୍ୟକା ର ଆଦିମ ଅଧିବାସୀ ଓ କୈବର୍ତ୍ତ ମାନେ ତାଙ୍କ ଆରାଧ୍ୟ ଦେବୀ ମା ‘ ଜଗତେଶ୍ୱରୀ ଙ୍କୁ ପ୍ରଣାମ କରି ମାଛ ଧରିବାକୁ ନଦୀ ଓ ସମୁଦ୍ର କୁ ଯାଉଥିଲେ ବୋଲି ପ୍ରକାଶ କରିଥିଲେ। ଏହି ଅବସର ରେ ମହାସଭାର ବାର୍ଷିକ ମୁଖପତ୍ର “ଜଗତେଶ୍ୱରୀ ” କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ। ଦେବୀ ଜଗତେଶ୍ଵରୀ ଙ୍କ ପୀଠ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା।ଏହି ଅବସରରେ ମହାସଭା ତରଫରୁ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର ଓ ସ୍ତମ୍ଭକାର ସନ୍ତୋଷ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ