ଟାଉନ ଥାନାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନାର ଚଳିତ ବର୍ଷ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଧରମାନନ୍ଦ ବେହେରା, ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ, ରାଇରଙ୍ଗପୁର ଟାଉନଥାନା ଅଧିକାରୀଣୀ ରେଣୁବାଳା ସାହୁ ପ୍ରମୁଖ ଫିତାକାଟି ଟାଉନ ଥାନା ଅଭ୍ୟର୍ଥନା ଗୃହ ପରିସରରେ ରକ୍ତଦାନ ଶିବିର ଉଦଘାଟନ କରିଥିଲେ । ରକ୍ତଦାନ ମହତ ଦାନ ।ବିନ୍ଦୁଏ ରକ୍ତ ପାଇଁ ଅକାଳରେ କାହାରି ଜୀବନ ନ ଯାଉ ।ଏହି ମହତ ଉଦ୍ଦେଶ୍ୟକୁ ନେଇ ନୂତନ ଭାବେ ଟାଉନଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ରେଣୁବାଳା ସାହୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ବାମନଘାଟି ଟ୍ରକ ମାଲିକ ସଂଘ, ରାଇରଙ୍ଗପୁର ଆଇଟିଆଇ ,ଟେକ୍ନୋଓ୍ବାର୍ଲଡ କଲେଜ, ସହରବାସୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ୩୬ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ରାଇରଙ୍ଗପୁର ଟାଉନଥାନାଧିକାରିଣୀ। ରେଣୁବାଳା ସାହୁଙ୍କ ଏଭଳି ମହତ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।