ଓଡିଆ ପୁଅ ଅଂଶୁମାନ ଙ୍କ ସଫଳତା
ଭୁବନେଶ୍ୱର: ଶନିବାର କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ଇକୋନମିକ୍ସ୍ ସର୍ଭିସ୍’ (ଆଇଇଏସ୍) ପରୀକ୍ଷାରେ ଓଡ଼ିଆ ଯୁବକ ଅଂଶୁମାନ କାମିଲା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରିଜର୍ଭ ବ୍ୟାଙ୍କରେ ଚାକିରି କରୁଥିବା ଅଂଶୁମାନ ଏହି ସଫଳତା ଦ୍ବାରା ଓଡ଼ିଶା ଗୌରବାନ୍ବିତ ହୋଇଛି। ଓଡ଼ିଶାର ପୂର୍ବତନ ମହାଡାକପାଳ ସନ୍ତୋଷ କୁମାର କାମିଲା ଏବଂ ଜଣାଶୁଣା ଗାୟିକା ତଥା ପ୍ରଧ୍ୟାପିକା ମିତାଲି ଚିନାରାଙ୍କ ସୁପୁତ୍ର ଅଂଶୁମାନ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ ଷ୍ଟିଫେନ୍ସ୍ କଲେଜ୍ରେ ଅର୍ଥନୀତି (ସମ୍ମାନ) ପଢ଼ିବା ପରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଏମ୍ଫିଲ୍ କରିଥିଲେ । ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍ରେ ମ୍ୟାନେଜର ଭାବେ କାର୍ୟ୍ୟ କରୁଛନ୍ତି ।


