ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଆଖୁ ଫସଲ ନଷ୍ଟ
ଅନୁଗୋଳ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି କ୍ଷ ଏବେ ଏହି ଅଞ୍ଚଳରେ ୧୦ ଟି ହାତୀ ଥିବାବେଳେ ଗତକାଲି ରାତିରେ ମହୀଧରପୁର ଗ୍ରାମ ଶତୃ ଜେନା ଓ ଜନକ ଜେନାଙ୍କ ୫ ଟି କ୍ଷେତରେ ଲଗା ଯାଇଥିବା ଆଖୁ ଏବଂ ଟମାଟୋ କୁ ହାତୀ ପଲ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି କ୍ଷ ଆଖୁ ଫସଲ ରୁ ଯାହା କିଛି ଲାଭ ହୁଏ ସେମାନେ ସେଥିରେ ବର୍ଷ ସାରା ସେମାନେ ତାଙ୍କର ଗୁଜୁରାଣ ମେଣ୍ଟାଇ ଥାଆନ୍ତି କ୍ଷ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇ ଯାଇଥିବାରୁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି କ୍ଷ ବିଭାଗୀୟ ଅଧିକାରୀ ଫସଲର ମୂଲ୍ୟ ଆକଳନ କରି କ୍ଷତି ପୂରଣ ପ୍ରଦାନ ପାଇଁ ସେମାନେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି କ୍ଷ


