କର୍ଲ-ଅନ୍ ପକ୍ଷରୁ କୁଲର୍ ଉନ୍ମୋଚିତ
ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ): ଭାରତର ଅଗ୍ରଣୀ ମାଟୋର୍ସ, ଫର୍ଣ୍ଣିଚର୍ ଏବଂ ଫର୍ଣ୍ଣିସିଂ ବ୍ରାଣ୍ଡ୍ କର୍ଲ-ଅନ୍ ପକ୍ଷରୁ ଏକ ସ୍ୱତନ୍ତ୍ର, ପରିବେଶ ଅନୁକୂଳ କୁଲ୍ ଜେଲ୍ ମାଟୋର୍ସ୍ ଟପର୍କୁ ଉନ୍ମୋଚନ କରାଯାଇଛି । ଏହା ପୋର୍ଟେବଲ୍ ବିଶିଷ୍ଟ । ପରିବେଶ ଅନୁକୂଳ କୁଲିଂ ଏବଂ ଫେବ୍ରିକ୍ରୁ ପ୍ରସ୍ତୁତ ଏହି କୁଲର୍କୁ ସବୁ ପ୍ରକାର ମାଟ୍ରେସ୍ରେ ବ୍ୟବହାର କରାଯାଇପାରିବ । ଏହା ୬୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଅନ୍ୟ ମାଟୋର୍ସ୍ ଆକାର ଅନୁସାରେ ଖୁବ୍ଶୀଘ୍ର ଏହା ଉପଲବ୍ଧ ହେବ । ବର୍ତମାନ ଏହି ଉତ୍ପାଦନ କର୍ଲ-ଅନ୍ର ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଜାମସେଦପୁର, ଗୌହ୍ୱାଟି, ଭୁବନେଶ୍ୱର, ଅହମ୍ମଦାବାଦ, ବରୋଦା, ସୁରଟ୍, ପୁନେ, କୋଚିନ, ମାଙ୍ଗାଲୋର ଏବଂ ମହୀଶୂର ଠାରେ ଥିବା “ହୋମ୍ କର୍ଟ’ ଷ୍ଟୋର୍ ଉପଲବ୍ଧ ହେବ । କର୍ଲ-ଅନ୍ ଭାରତର ପ୍ରଥମ ଏବଂ ଏକମାତ୍ର ମାଟ୍ରେସ୍ ବ୍ରାଣ୍ଡ୍ ଯାହାକୁ “ୟୁଏଲ୍ ଗ୍ରିନ୍ଗାର୍ଡ ଗୋଲ୍ଡ’ ସାର୍ଟିଫିକେସନ୍ ମିଳିଛି । ଏହି ସାର୍ଟିଫିକେସନ୍ ଥିବା ଉତ୍ପାଦରୁ କମ୍ ରାସାୟନିକ ପଦାର୍ଥ ବାହାରିଥାଏ ଯାହା ଉତ୍ପାଦରେ ବ୍ୟବହାର କରାଯାଉଥିବା ବାୟୁର ମାନରେ ଉନ୍ନତି ଆଣେ ।


