ଗାଳି ଗୁଲଜ କରି ଯୁବକ ଗିରଫ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ଗାଳି ଗୁଲଜ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଗରାପୁର ପଂଚାୟତର କପାଳେଶ୍ୱର ଗ୍ରାମର ପୂର୍ବତନ ନାଏବ ସରପଂଚଙ୍କ ସ୍ୱାମୀ କାଳନ୍ଦୀ ମଲ୍ଲିକ ସେହି ଗ୍ରାମର ଶରତ ମଲ୍ଲିକଙ୍କୁ ପୂର୍ବ ଶତୃତାକୁ କେନ୍ଦ୍ରକରି ଗାଳି ଗୁଲଜ କରିବା ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ସେହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ କାଳନ୍ଦୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।