ବିଜେପି ପାଇଁ ଭୋଟ ଭିକ୍ଷା କଲେ ଚଳଚ୍ଚିତ୍ର ସୁପରଷ୍ଟାର ବାବୁସାନ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଆଉ ୪ ଦିନ ପରେ ୨ୟ ପର୍ଯ୍ୟାୟ ଭୋଟ ହେବ । ୨ୟ ପର୍ଯ୍ୟାୟ ମତଦାନ ପାଇଁ ଆସିକା ସଂସଦୀୟ କ୍ଷେତ୍ର ସମେତ ୭ ଟି ବିଧାନସଭା ଆସନରେ ମତଦାନ ହେବ । ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନେ କଳେ ବଳେ କୌଶଳେ ଭୋଟରଙ୍କୁ ପ୍ରଭାବିତ କରି ଭୋଟ ହାତେଇବାକୁ ପ୍ରାଣପଣେ ଚେଷ୍ଟା ଜାରୀ ରଖିଛନ୍ତି । ନିର୍ବାଚନ ପାଇଁ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମାଂଚଳରେ ପ୍ରଚାର ଜୋରସୋରରେ ଚାଲିଛି । ପ୍ରଚାର ଗାଡ଼ିର କାନଫଟା ସ୍ଳୋଗାନ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଗାଡ଼େିରେ ବାଜୁଥିବା ବିଭିନ୍ନ ସଙ୍ଗୀତରେ ଫାଟିପଡ଼ୁଛି ସହରରୁ ଆରମ୍ଭ କରି ଗାଁ ଦାଣ୍ଡ । ଭୋଟରଙ୍କ ମନ କିଏ ଜିଣିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ପ୍ରଚାର ଜୋର ଧରୁଥିବା ଲକ୍ଷ୍ୟ କରାଯାଉଛି ।
ଶନିବାର ଦିନ ଚଳଚଚ୍ଚିତ୍ର ସୁପରଷ୍ଟାର ବାବୁସାନ ହିଂଜିଳି ଗ୍ରସ୍ତରେ ଆସି ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ନନ୍ଦିକ, ବାଳକୃଷ୍ଣପୁର, ପୁଟିଆପଦର, ଦୁର୍ବନ୍ଧ, କଂଚୁରୁ ପଂଚାୟତ ସମେତ ହିଂଜିଳିକାଟୁ ପୌରାଂଚଳରେ ରୋଡ଼ ଶୋ କରିବା ସହ ବିଭିନ୍ନ ପଂଚାୟତରେ ପଥପ୍ରନ୍ତ ସଭା କରି ରାଜ୍ୟ ସରକାରଙ୍କ ବିଷେଦଗାର କରିବା ସହ ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ହେଲେ ଆସିକା ସାଂସଦ ପ୍ରାର୍ଥୀନି ଅନିତା ଶୁଭଦର୍ଶନୀ ଓ ହିଂଜିଳି ବିଧାନସଭା ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ପଦ୍ମଫୁଳ ଚିହ୍ନରେ ଭୋଟ ଦେବା ପାଇର୍ ଅନୁରୋଧ କରିଥିଲେ । ବାବୁସାନଙ୍କ ଗ୍ରସ୍ତ ସମୟରେ ଦଳୀୟ ସମର୍ଥକ ମାନେ ଉକ୍ତ ହାଇପ୍ରୋଫାଇଲ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଆସିକ ।ସାଂସଦ ପ୍ରାର୍ଥୀନି ଅନିତା ଶୁଭଦର୍ଶନୀ ଓ ହିଂଜିଳି ବିଧାନସଭା ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଦେବାନନ୍ଦ ମହାପାତ୍ର, ପୌରାଂଚଳ ସଭାପତି ମାଧବ ଗୌଡ଼ଙ୍କସମେତ ଶତାଧିକ ଦଳୀୟ କର୍ମୀ ଅଂଶଗ୍ରହଣ କରିଥିଲେ ।


