କଂଗ୍ରେସ ପ୍ରାର୍ଥୀଙ୍କ ପଦଯାତ୍ରା
ନିମାପଡ଼ା (ଜୁଗାବ୍ଦ ନ୍ୟୁଜ୍): ଶୁକ୍ରବାର ସଂଧ୍ୟାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଲିପ କୁମାର ନାୟକ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ଶହ ଶହ ସମର୍ଥକଙ୍କ ଗହଣରେ ସ୍ଥାନୀୟ ଏନ୍ଏସି ଅନ୍ତର୍ଗତ ପୂର୍ଣ୍ଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣଠାରୁ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । କଂଗ୍ରେସ ଦଳ ବିଗତ ଦିନରେ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ଥିଲେ । ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଓଡ଼ିଶାରେ ଓ ଭାରତ ବର୍ଷରେ କ୍ଷମତାଦଖଲ କଲେ ଜନସାଧାରଣଙ୍କୁ ସେମାନଙ୍କ ସର୍ବନିମ୍ନ ସୁବିଧା ଯୋଗାଇ ଦେବ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ମହାପାତ୍ର, ଧନୁର୍ଦ୍ଧର ଦାସ, ଅକ୍ଷୟ ନାୟକ ଓ ପପୁନି ବସ୍ତିଆଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


