ବିଭିନ୍ନ ସ୍ଥାନରେ ମେରୁ ପର୍ବ ପାଳିତ

ଚିଲିକା (ଜୁଗାବ୍ଦ ନ୍ୟୁଜ୍‍): ସ୍ଥାନୀୟ ସୁନାଖଳା ସମେତ ବିଭିନ୍ନ ସ୍ଥାନରେ ମେରୁ ପର୍ବ ପାଳିତ ହୋଇଯାଇଛି । ଚଳିତ ଚୈତ୍ର ଅବସରରେ ମା’ କାଳିକାଙ୍କ ପୀଠ ଓ କୋଠିରେ ·ଲିଥିବା ଦଣ୍ଡ ଉତ୍ସବ ଶନିବାର ମେରୁ ପର୍ବରେ ସରିବାକୁ ଯାଉଛି । ସୁନାଖଳାର ଶ୍ରୀ ନୀଳକଣ୍ଠେଶ୍ୱର ଦେବ, ସଲପଡ଼ିହର ଶ୍ରୀନୀଳକଣ୍ଠେଶ୍ୱର ଦେବ, ଚିଲିକା ବ୍ଲକର ଛକଡ଼ିପୁରର ଶ୍ରୀ ଲୋକନାଥ ଦେବ, ବାଲିଆର ଶ୍ରୀଗାଦିଶ୍ୱର ଦେବ, ବରଡ଼ିହର ଶ୍ରୀ ବାଲୁକେଶ୍ୱର ଦେବଙ୍କ କୋଠି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଗତାମାନଙ୍କ ମେଳରେ ମା’ କାଳିକାଙ୍କ ମେରୁପର୍ବ ଆନୁଷ୍ଠାନିକ ଭାବେ ଶେଷ ହୋଇଯାଇଛି । ଏହି ଅବସରରେ ଦଣ୍ଡ ବନ୍ଦାଣ, ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା, ଦଣ୍ଡୁଆଙ୍କ ଝୁଣା ମାଡ଼ରେ ଶୂନ୍ୟରେ ଅଗ୍ନିଖେଳ ସବୁକୋଠିରେ ହୋଇଛି । ସବୁସ୍ଥାନରେ ଶ୍ରଦ୍ଧାଳୁଙ୍କ ବେଶ୍ ଗହଳ ଚହଳ ଲାଗି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ