ସବରିମାଲ ମନ୍ଦିର ଉପରେ ଦାୟର ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଳୀ : ସବରିମାଲ ମନ୍ଦିରରେ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟକୁ ବିରୋଧ କରି ଯେଉଁସବୁ ଆବେଦନ କରାଯାଇଛି ତା ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିବେ। ପ୍ରଧାନ ବିଚାରପତି ଏସ୍. ଏ ବୋବ୍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ୬୦ଟି ମାମଲାର ଶୁଣାଣି କରିବାର କାର‌୍ୟ୍ୟକ୍ରମ ରହିଛି । ପ୍ରଧାନ ବିଚାରପତିଙ୍କ ସହ ବିଚାରପତି ଆର୍. ଭାନୁମତି, ଅଶୋକ ଭୂଷଣ, ଏଲ୍.ନାଗେଶ୍ୱର ରାଓ, ଏମ୍.ଏମ୍. ସନ୍ତନଗୌଡ଼ା, ଏସ୍.ଏ. ନଜୀର, ଆର୍.ସୁବାସ ରେଡ୍ଡୀ, ବି.ଆର୍. ଗବାଇ ଏବଂ ସୂର‌୍ୟ୍ୟକାନ୍ତଙ୍କୁ ନେଇ ଏହି ୯ ଜଣିଆ ଖଣ୍ଡ ପୀଠ ଗଠିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ