ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିସହ ଶ୍ରମିକଙ୍କୁ ମନରେଗାରେ ଦୈନିକ ୧୮୮ ଟଙ୍କା ବଦଳରେ ୨୮୬.୩୦ ଟଙ୍କା ମଜୁରୀ ଦିଆଯିବ । ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲା ପାଇଁ ମନରେଗାରେ ଏହି ନୂଆ ବ୍ୟବସ୍ଥା କରାଯାଇଛି । ଏହି ୪ ଜିଲାରେ ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ୨ଶହ ଦିନ କର୍ମନିଯୁକ୍ତି ମିଳିବ। ତାସହିତ ଶ୍ରମିକମାନଙ୍କ ପାଇଁ ୫ଶହ କୋଟିର କର୍ପସ ପାଣ୍ଠି ଗଠନ କରାଯାଇଛି । ତେବେ ଉକ୍ତ ଜିଲାର ୨୦ ପଞ୍ଚାୟତର ସମସ୍ତ ପରିବାରକୁ ଏସ୍ଏଚ୍ ଜି ରେ ସାମିଲ କରାଯିବ ।