ବୁଡ଼ ପକାଇଲେ ଜଗତ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ

ପଶ୍ଚିମବଙ୍ଗ- ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗତ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି । ସେ ବୈଦିକରୀତିରେ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରି ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ । ଆଦିତ୍ୟ ବାହିନୀ ସହିତ ବହୁ ଶ୍ରଦ୍ଧାଳୁ ଶଙ୍ଖ, ହୁଳହୁଳି, ଘଣ୍ଟା ବାଦ୍ୟରେ ଗୁରୁଜୀଙ୍କୁ ସମୁଦ୍ର ସ୍ନାନ ପାଇଁ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ