ଉଦୟଭାନୁର ରାଜ୍ୟ କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରୀୟ ସମାଜସେବୀ ସଂସ୍ଥା ‘ଉଦୟଭାନୁ’ ଓଡ଼ିଶା ପ୍ରଦେଶର ମୁଖ୍ୟ କାର୍ଯ୍ୟାଳୟ ଆଜି ୧.୩୦ ମିନିଟ୍ ସମୟରେ ଭୁବନେଶ୍ୱରର ସତ୍ୟନଗରସ୍ଥିତ କାଳୀ ମନ୍ଦିର ସାମ୍ନା ଲେନ୍-୯ସ୍ଥିତ ଚନ୍ଦନଭିଲ୍ଲାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଉଦୟଭାନୁର ସଭ୍ୟମାନଙ୍କ ବ୍ୟତୀତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହି ସଂସ୍ଥାର ଉନ୍ନତି ପାଇଁ ଶୁଭକାମନା କରିଥିଲେ । ଗତ ୨୫ବର୍ଷ ଧରି ନିରନ୍ତର ସ୍ୱାସ୍ଥ୍ୟଭିତ୍ତିକ ସମାଜସେବାମୂଳକ କାର୍ଯ୍ୟରେ ଅସୀମ ଅବଦାନ ଉଦୟଭାନୁ ଦ୍ୱାରା ହୋଇଥିବା ମୁଖ୍ୟଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ସଂସ୍ଥାର ଅନ୍ୟୁନ ୯ଜଣ ନୂତନ ସଦସ୍ୟତା ଗୃହିତ ହୋଇଥିଲା ଏବଂ ସଂସ୍ଥାର ଭୁବନେଶ୍ୱର ଶାଖାର ସଭାପତି ଭାବରେ ଶ୍ରୀମତୀ ମଞ୍ଜୁଲତା ସ୍ୱାଇଁ ନିର୍ବାଚିତ ହେଲେ । ଏହି ଶାଖାର କର୍ମକର୍ତ୍ତା ଭାବେ ଶ୍ରୀ ବଳରାମ ମହାରଣା, ଶ୍ରୀ ବିଶ୍ୱନାଥ ଦାଶ ଓ ଶ୍ରୀ ଉମାକାନ୍ତ ମିଶ୍ର ନିର୍ବାଚିତ ହୋଇଥିଲେ । ବିଦ୍ୟାଳୟମାନଙ୍କରେ ଔଷଧୀୟ ବୃକ୍ଷ ଓ ଗଳ୍ମମାନଙ୍କ ଔଷଧୀୟ ଗୁଣାତ୍ମକ ଜ୍ଞାନ ସମ୍ବନ୍ଧିତ କାର୍ଯ୍ୟକ୍ରମ ‘ମୋ ସ୍ୱାସ୍ଥ୍ୟ ମୋ ହାତରେ’ ଓ ବାର୍ଷିକ ଆୟୁର୍ବେଦୀୟ ମେଳା ବ୍ୟତୀତ ଅତିଶୀଘ୍ର ଭୁବନେଶ୍ୱର ପ୍ରାକୃତିକ ଚିକିତ୍ସାର ପ୍ରାବଧାନ ହେବାର ସୂଚନା, ସଂସ୍ଥାର, ସାଧାରଣ ସମ୍ପାଦକ ପ୍ରଫେସର ରବିନାରାୟଣ ଶତପଥୀ ଅବଗତ କରାଇଥିଲେ । ଉଦୟଭାନୁର ପ୍ରତିଷ୍ଠାତା ଓ ଅସୀମ ଅଧ୍ୟକ୍ଷ, କ୍ୟାପ୍ଟେନ ପ୍ରକାଶ ଚନ୍ଦ୍ର ଆ·ର୍ଯ୍ୟ ଜଣାଇଥିଲେ ୟେ ଏହି ଚିକିତ୍ସା କେନ୍ଦ୍ରରେ ଅନେକ ରୋଗର ପ୍ରତିକାର ସାକଶେ ଷ୍ଟିମ୍ ବାଥ ,ସ୍ପିନାଲ ବାଥ ,ହିପ୍ ବାଥ ,ଫୁଟ୍ ବାଥ ,ସାଲ୍ଟ ବାଥ ତଥା ସ୍ୱେଦନ ଚିକିତ୍ସା ଉପଲବ୍ଧ ହେବ ।