ହୋବାର୍ଟ ଇଣ୍ଟରନ୍ୟାସନାଲ୍ ଫାଇନାଲ୍ରେ ସାନିଆ
ହୋବାର୍ଟ : ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଅନ୍ତର୍ଜାତୀୟ ସର୍କିଟ୍କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଟେନିସ୍ କୋର୍ଟକୁ ଫେରିଥିବା ସାନିଆ ହୋବାର୍ଟ ଇଣ୍ଟରନ୍ୟାସନାଲ ଟେନିସ୍ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଚୀନ୍ ଓପନ ସେମିଫାଇନାଲ୍ ପରଠାରୁ ଦୀର୍ଘ ଦୁଇ ବର୍ଷ ଟେନିସ୍ରୁ ଦୂରେଇ ରହିଥିବା ସାନିଆ ୟୁକ୍ରେନ୍ର ନାଦିଆ କିଚେନୋକ୍ଙ୍କ ସହିତ ଖେଳି ସେମିରେ ବିଜୟୀ ହୋଇଛନ୍ତି । ସେମି ଫାଇନାଲ ମୁକାବିଲାରେ ସାନିଆ-କିଚିନୋକ୍ ଯୋଡି ମେରୀ ବୁଜକୋଭା ଏବଂ ତମାରା ଜିଡାନ୍ସେକ୍ଙ୍କୁ ୭-୬(୩) ଏବଂ ୬-୨ ସେଟ୍ରେ ପରାସ୍ତ କରିଥିଲେ । ମାତ୍ର ଏକ ଘଣ୍ଟା ୨୪ ମିନିଟରେ ସାନିଆ-କିଚିନୋକ୍ ଯୋଡି ଏହି ମ୍ୟାଚ୍ରେ ବିଜୟୀ ହୋଇଥିଲେ ।


