କୋଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

କୋଦଳା: (ଗୁଲସନ୍ କୁମାର କର) ଗଞ୍ଜାମ ଜିଲା କୋଦଳା ଥାନା ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରା କୋଦଳା ଓ ବେଗୁନିଆପଡାରେ କରାଯାଇଥିଲା । ଏହି କ।ର୍ଯ୍ୟକ୍ରମରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଆଇଆଇସି ଦେବାଶିଷ ମହାନ୍ତି, ଏସଆଇ ଅନୀଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ନିଜ ଅଭିଭାଷଣରେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ସଚେତନତା କରାଇବା କହିଥିଲେ । ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା, ସିଟ୍‍ ବେଲ୍ଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ଗାଡ଼ିର କାଗଜପତ୍ର ଠିକ୍‍ କରି ସର୍ବଦା ନିଜ ପାଖରେ ରଖିବା ଆଦି ନିୟମ ସମ୍ପର୍କରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବି, ସାମ୍ବାଦିକବନ୍ଧୁ ଓ ଅଞ୍ଚଳବାସୀମାନଙ୍କୁ ସଚେତନତା କରିବା ସହିତ ନିୟମକୁ ନ ମାନିଲେ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଛି ସେ ସମ୍ପର୍କରେ କହିଥିଲେ ।  ସଚେତନତା ଶୋଭାଯାତ୍ରା ବେଳେ ଛାତ୍ରଛାତ୍ରୀ ଓ ପୁଲିସ କର୍ମଚାରୀ ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ନ୍ଧନା କରିଥିବା ବେଳେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ସମସ୍ତ କାର‌୍ୟ୍ୟକ୍ରମକୁ କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ