ଭାରତରେ ହେବ ବଡ ପୁଞ୍ଜିନିବେଶ-ଜେଫ୍ ବେଜୋସ୍
ନୂଆଦିଲ୍ଲୀ: ଭାରତ ଗ୍ରସ୍ତରେ ଥିବା ଆମାଜୋନ୍ ର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ କହିଛନ୍ତି ‘ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆମେ ଅନେକ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ନିବେଶ କରୁଛୁ । ଭାରତରେ ଆମ କର୍ମଚାରୀମାନଙ୍କ ସହାୟତା ଓ ଗ୍ରାହକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଆମେ ଚେଷ୍ଟା କରିବୁ । ତାସହିତ ସଫ୍ଟୱେୟାର୍ ଡେଭ୍ଲପମେଣ୍ଟ ଇଞ୍ଜିନିୟରିଂ, କ୍ଲାଉଡ୍ କମ୍ପ୍ୟୁଟିଂ, କଣ୍ଟେଟ୍ କ୍ରିଏସନ ଏବଂ କଷ୍ଟମର୍ ସପୋର୍ଟ ଆଦି କ୍ଷେତ୍ରରେ ଦକ୍ଷତା ଥିବା ଦକ୍ଷ ଭାରତୀୟଙ୍କ ପାଇଁ ଏହା ହେବ ସୁବର୍ଣ୍ଣ ସୁଯୋଗ ରହିଛି । ସୂଚନା ରହିଛି ଯେ ୨୦୧୫ ସୁଧା ଆମାଜୋନ୍ ଭାରତରେ ଏକ ନିୟୁତ ଲୋକଙ୍କୁ ଚାକିରି ଯୋଗାଇ ଦେବାରେ ସମର୍ଥ ହୋଇଥିବ । ଆମେରିକାର ଏହି ଇ-କମର୍ସ କମ୍ପାନି ଭଭୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଚାକିରି ପାଇଁ ପଦବୀ ସୃଷ୍ଟି କରିବ । ସୂଚନା ଓ ପ୍ରଜୁକ୍ତିବିଦ୍ୟା, କୌଶଳ ବିକାଶ, ନିର୍ମାଣ, ସାମଗ୍ରୀ ନିର୍ମାଣ ଆଦି ପଦ ପାଇଁ ବହୁଳ ମାତ୍ରାରେ କର୍ମଚାରୀ ଆକଶ୍ୟକ ପଡ଼ିବେ ।


