ଭଞ୍ଜନଗରରେ ବିଜେଡିର ନର୍ବାଚନୀ ପ୍ରଚାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ)ସମସ୍ତ ରାଜନତିକ ଦଳର ପ୍ରସ୍ତୁତି ଜୋର ଧରିଥିବାବେଳେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ସାଂସଦ ଏବଂ ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଗଞ୍ଜାମ ଜିଲାର ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ସର୍ବଦା ସମସ୍ତଙ୍କ ନଜରରେ ରହିଆସିଛି । ପ୍ରତ୍ୟେକ ନିର୍ବାଚନ ସମୟରେ ଏଠାରେ ଜନତା ଦନାର୍ଦ୍ଦନ ନିଜର ନେତା ପରିବର୍ତ୍ତନ କରିଥିବାର ପୂର୍ବରୁ ନଜିର୍ ରହିଆସିଛି । ତେବେ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ପାଇଁ ଉଭୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ସମ୍ପାଦନ କରିବା ପାଇଁ ବିଶୃଙ୍ଖଳାକାରୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ୍ ପଠାଯାଇଛି । କୌଣସି ପ୍ରକାର ବିଶୃଙ୍ଖଳା ଯେପରି ସୃଷ୍ଟି ନକରନ୍ତି ସେଥିନେଇ କଡା ତାଗିଦ୍ କରାଯିବା ସହିତ ସେମାନଙ୍କ ଉପରେ ଉଭୟ ପୋଲିସ ଓ ଗୋଇନ୍ଦା ସଂସ୍ଥା ପକ୍ଷରୁ ତୀକ୍ଷ୍ମ ନଜିର୍ ରଖାଯାଇଥିବା ଜଣାପଡିଛି । ଏଯାବତ୍ ପାଟପୁର ଥାନାଞ୍ଚଳର ବିଭିନ୍ନ ଅଞ୍ଚଳର ୫୪୩ ଜଣଙ୍କୁ ବିଶୃଙ୍ଖଳାକାରୀ ଭାବେ ଚିହ୍ନଟ କରାଯାଇ ସେମାନଙ୍କୁ ୧୦୭ ଦଫା ନୋଟିସ୍ ପଠାଯାଇଛି । ସେଥିମଧ୍ୟରୁ ୩୪୭ ଜଣ ଏକଜ୍ୟୁକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର ହୋଇ ବ୍ୟକ୍ତିଗତ ମୁଚାଲିକାରେ ଫେରିଥିବା ଜଣାପଡିଛି । ବିଜେଡି, କଂଗ୍ରେସ, ବିଜେପି ସମେତ ବାମପନ୍ଥୀ ନେତା ଓ କର୍ମୀ ମାନଙ୍କ ବିରୋଧରେ ମଧ୍ୟ ଏହି ୧୦୭ ନୋଟିସ୍ ରହିଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତ୍ର ଯାଏଁ ପାଟପୁର ଥାନାରେ ବ୍ରହ୍ମପୁର ପୋଲିସ ଜିଲା ଏସପି ପିନାକ ମିଶ୍ର, ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ନିରୀକ୍ଷଣ କରି ଫେରିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରୁ ସମସ୍ତ ସ୍ଥାନରେ ବ୍ଳକିଂ କରାଯିବ ବୋଲି ଜଣାପଡିଛି । ସେହିପରି କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତି ଉପୁଜିଲେ ଅପରାଧି ମାନଙ୍କ ବିରୋଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।


