ନୂଆ ଯୋଜନା ଆରମ୍ଭ କଲେ ରାଜସ୍ଥାନ ସରକାର

ଜୟପୁର- ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଆଦିବାସୀ ଛାତ୍ରୀମାନଙ୍କୁ ସ୍କୁଟି ବିତରଣ କରିବା ପାଇଁ ହୋଇଥିବା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୯-୨୦ରେ ଆଦିବାସୀ କ୍ଷେତ୍ରୀୟ ବିଭାଗ ଆଦିବାସୀ ଝିଅମାନଙ୍କୁ ୬ ହଜାର ସ୍କୁଟି ବିତରଣ କରିବା ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ଏକ ବୟାନରେ କୁହାଯାଇଛି । ଛାତ୍ରୀମାନଙ୍କୁ ବିତରଣ କରିବା ସ୍କୁଟି ସଂଖ୍ୟା ପୂର୍ବରୁ ୪ ହଜାର ଥିଲା । ପରେ ଏହାକୁ ବଢ଼ାଇ ୬ ହଜାର କରି ଦିଆଯାଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଏବେ ଏହି ଯୋଜନାରେ ଏକ ହଜାର ବଦଳରେ ୧ ହଜାର ୫୦୦ ମେଧାବୀ ଆଦିବାସୀ ଛାତ୍ରୀମାନଙ୍କୁ ସ୍କୁଟି ବିତରଣ କରାଯିବ । ରାଜ୍ୟ ସରକାର ତରଫରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଏହି ଯୋଜନା ମାଧ୍ୟମରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ