ଅଧିକ ଭିଟାମିନ୍-ଡି ପାଇଁ ହୁଏ କିଡ୍ନୀ ନଷ୍ଟ

ଭିଟାମିନ୍-ଡି ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍-ଡିର ମୁଖ୍ୟସ୍ରୋତ ସୂର୍ଯ୍ୟ କିରଣ ହୋଇଥିବାବେଳେ ବିଭିନ୍ନ ପ୍ରକାରର ଖାଦ୍ୟରୁ ମଧ୍ୟ ଏହା ଶରୀରକୁ ମିଳିଥାଏ । କିନ୍ତୁ ଯଦି ଶରୀରରେ ଭିଟାମିନ୍-ଡିର ପରିମାଣ ଦରକାରଠାରୁ ଅଧିକ ହୋଇଯାଏ, ତେବେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯିବା ଆରମ୍ଭ ହାଇଯାଏ ।
ଭିଟାମିନ୍-ଡି ଅଧିକ ହେଲେ କିଡ୍ନୀଜନିତ ସମସ୍ୟା ଦେଖାଯାଇଥାଏ । ଏମିତିକି ଷ୍ଟୋନ୍ ହେବାର ମଧ୍ୟ ଆଶଙ୍କା ରହିଥାଏ । ଭିଟାମିନ୍-ଡି ଅଧିକ ହେଲେ ହୃଦୟ ପାଇଁ କ୍ଷତିକାରକ ହୋଇଥାଏ । ଗର୍ଭପାତର ଆଶଙ୍କା ବଢ଼ିଯାଇଥାଏ । ଥକ୍କାପଣ ଅନୁଭବ ହୁଏ । ମୁଣ୍ଡବିନ୍ଧା ଆରମ୍ଭ ହୋଇଯିବା ଭଳି ସମସ୍ୟା ଦେଖାଯାଇଥାଏ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ