ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା


ସନ୍ତୋଷ କୁମାର ଦାଶ

ସାରା ଦେଶ ରେ ସେପ୍ଟେମ୍ବର ୫ ତାରିଖ ଦିନ ଗୁରୁ ଦିବସ ପାଳନ ହେଉଥିବା ବେଳେ ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଆଷାଢ଼ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ I ମୁଖ୍ୟତଃ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀ ମାନେ ଏହି ଦିନଟିକୁ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। ଉତ୍ତରପ୍ରଦେଶ ର ବୌଦ୍ଧ ଧର୍ମାବଲମ୍ବୀ ମାନେ ଏହି ଦିନ ଟିକୁ ସେମାନଙ୍କର ଗୋଟିଏ ମୁଖ୍ୟ ପର୍ବ ଭାବେ ପାଳନ କରିଥାନ୍ତି।କେବଳ ଭାରତ ନୁହେଁ ନେପାଳରେ ମଧ୍ୟ ଏହି ପର୍ବଟିକୁ ବୌଦ୍ଧଧର୍ମାବଲମ୍ବୀ ମାନେ ନିଷ୍ଠା ଓ ଭକ୍ତି ର ସହିତ ପାଳନ କରିଥାନ୍ତି । ଯୋଗୀ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ଏହି ଦିନ ଟିକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ।ଯୋଗୀ ପରମ୍ପରା ରେ ଭଗବାନ ଆଶୁତୋଷ ଶିବ ହେଉଛନ୍ତି ପ୍ରଥମ ଗୁରୁ । ତେଣୁ ଯୋଗୀମାନେ ତାଙ୍କୁ ଆଦିଗୁରୁ ଭାବେ ମାନ୍ୟତା ଦେଇ ପୂଜା କରିଥାନ୍ତି I ଅପରପକ୍ଷରେ ହିନ୍ଦୁ ଧର୍ମାବଲମ୍ବୀ ଋଷି, ସାଧୁ, ସନ୍ଥ ମାନେ ମହାନ ପୌରାଣିକ ଗ୍ରନ୍ଥ ମହାଭାରତ ର ରଚୟିତା ବ୍ୟାସଦେବଙ୍କୁ ଗୁରୁ ଭାବରେ ବିବେଚନା କରି ତାଙ୍କ ପୂଜା କରିଥାନ୍ତି। ହିନ୍ଦୁ ଶାସ୍ତ୍ର ମତରେ ବ୍ୟାସଦେବ ଙ୍କ ଔଜୋଲ୍ୟ ରୁ ସପ୍ତଋଷିଗଣ ସୃଷ୍ଟି ହୋଇଥିଲେ I ଏଣୁ ହିନ୍ଦୁ ଧର୍ମ ରେ ବ୍ୟାସଦେବଙ୍କୁ ଗୁରୁ ଙ୍କ ମାନ୍ୟତା ଦିଆ ଯାଇଛି। ଯେହେତୁ ବ୍ୟାସଦେବ ଋଷି ପରାଶର ଏବଂ ଧୀବର କନ୍ୟା ସତ୍ୟବତୀଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ତିଥିରେ ଜନ୍ମ ଗ୍ରହଣ କରିଥିଲେ ତେଣୁ ଏହି ଦିନଟିକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବେ ମୁନି ଋଷି ସାଧୁ ସନ୍ଥ ମାନେ ପାଳନ କରି ଆସୁଛନ୍ତି। ବ୍ୟାସଦେବ ମାନବ ସମାଜର ମଙ୍ଗଳ ପାଇଁ ୠକ୍, ସାମ୍,ଯଦୁଃ ଓ ଅଥର୍ବ ବେଦ ରଚନା କରିଥିଲେ ବୋଲି ବିଶ୍ୱାସ ରହିଛି। ଏଣୁ ତାଙ୍କୁ ହିନ୍ଦୁ ଧର୍ମ ର ଗୁରୁ ଭାବେ ମାନ୍ୟ କରା ଯାଇ
ତାଙ୍କ ଜନ୍ମ ଜୟନ୍ତୀ ଆଷାଢ଼ ମାସ ପୂର୍ଣ୍ଣିମା କୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଇ
ଆସୁଛି। ଏହି ଦିନ ଆମ ରାଜ୍ୟ ର ପ୍ରତ୍ୟେକ ଗାଁ ରେ ଥିବା ଭାଗବତ ଟୁଙ୍ଗି, ମଠ, ଆଶ୍ରମ,
ମନ୍ଦିର ମାନଙ୍କରେ ଭକ୍ତି ଓ ନିଷ୍ଠାର ସହିତ ବ୍ୟାସ ପୂର୍ଣ୍ଣିମା ପାଳନ କରା ଯାଇଥାଏ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ