ବାସ୍ତୁଶାସ୍ତ୍ର : ଘରର ମୁଖ୍ୟ ଦ୍ୱାର
ସାମ୍ନାରେ କୌଣସି କଣ୍ଟାଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ । ଏପରି ଗଛ ବାହାରେ ଲଗାଇବା ଦ୍ୱାରା ସବୁ ପଜିଟିଭ୍ ଏନର୍ଜି ବାହାରକୁ ପଳାଏ । ଏହା ସହ କଣ୍ଟାଜାତୀୟ ଫୁଲ କିମ୍ବା ଗଛ ଲଗାଇବା ଦ୍ୱାରା ଘରେ ରହୁଥିବା ସଦସ୍ୟଙ୍କ ମାନସିକ ସମସ୍ୟା ଦେଖାଯାଇପାରେ । ଯେଉଁଠି ଦୁଆର ଦେଇ ଘରେ ପ୍ରବେଶ କରୁଛନ୍ତି ସେଠି କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ଭଙ୍ଗା ଚେୟାର, ଖଟ, ସୋଫା ବା ଅନ୍ୟ କୌଣସି ସାମଗ୍ରୀ ରଖିବା ଦ୍ୱାରା ଘରେ ଅଶାନ୍ତି ବଢ଼ିଥାଏ ।
ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର କଲେ ସେଥିରେ ଦେବଦେବୀ ବାସ କରନ୍ତି ନାହିଁ । ଏହା ଦ୍ୱାରା ବହୁ କଷ୍ଟ ଭୋଗିବାକୁ ପଡ଼ିପାରେ । ‘ସାମ୍ନାରେ କେବେ ବି କୂଅ କିମ୍ବା ଗାଡ଼ ରଖନ୍ତୁ ନାହିଁ ।


