ଗୁଳିମାଡରେ ମହିଳା ଗୁରୁତର,କଟକ ସ୍ଥାନାନ୍ତର

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ବନ୍ଧୁକ ଗୁଳି ମାଡରେ ଜନୈକା ମହିଳା ଗୁରୁତ୍ତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଦିଲାରପୁରର ଜନୈକ ୧୭ବର୍ଷର ଯୁବକ ତାର ସମ୍ପର୍କୀୟ ମାଉସୀଙ୍କୁ ଘରୋଇ କଳି ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ବନ୍ଧୁକରେ ଗୁଳିମାଡ କରିବାରୁ ସଂପୃକ୍ତ ମହିଳାଙ୍କ ଡାହାଣ ପଟ ଆଖି ପତା ନିକଟରେ ଗୁଳିଟି ବାଜିବାରୁ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ  ସୂଚନା ଦେଇଛନ୍ତି । ତେବେ ଜଣେ ୧୭ବର୍ଷର ବାଳକ କିଭଳି ବନ୍ଧୁକ ପାଇଲା  ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ