ହିିଳିକାଟୁରେ ମୋ ବୁଥ ସବୁଠୁ ମଜବୁଥ କାର୍ଯ୍ୟକ୍ରମ

ହିିଳିକାଟୁ (ଜୁଗାବ୍ଦ ନ୍ୟୁଜ୍‍): ହିିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦେୀଙ୍କ ରାଷ୍ଟ୍ର ବ୍ୟାପୀ ‘ମୋ ବୁଥ ସବୁଠୁ ମଜବୁଥ ‘ ଭିଡ଼ିଓ କନଫେରନ୍ସ କାର୍ଯ୍ୟକ୍ରମ ଗୁରୁବାର ପିତଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ହିିଞ୍ଜିଳି ବିଧାନସଭା ସଂଯୋଜକ ଶେଷଦେବ ପଣ୍ଡା ଓ ଅନିଲ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ବୁଥ ପ୍ରମୁଖ ହିଁ ମୁଖ୍ୟ । ଉକ୍ତ କାର୍ଯ୍ୟକର୍ତ୍ତା କେନ୍ଦ୍ରର ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ପାଇଥିବା ଲାଭ ସହ ନୂତନ ଭୋଟର ମାନଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ପ୍ରବର୍ତ୍ତାଇବା ଓ ଦଳ ପାଇଁ ଭୋଟ ସଂଗ୍ରହ କରିବାକୁ ପ୍ରଚେଷ୍ଟା ସହ ସମସ୍ତ ନାଗରିକ ମାନଙ୍କୁ ଦେଶପ୍ରେମ, ଦେଶସେବା, ନିର୍ମଳ ଶାସନ ୟ, ଦୃଢ ନେତୃତ୍ୱବୈଭବଶାଳୀ ଭାରତ ଗଠନ କରିବାରେ ପ୍ରମୂଖ ଭୂମିକା ନିଅନ୍ତୁ । ଆସନ୍ତା ନିର୍ବାଚନରେ ସମସ୍ତ ଭୋଟର ମାନଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ସଚେତନ କରିବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପିତଳ ମଣ୍ଡଳ ସଭାପତି ପ୍ରମୋଦ ପଣ୍ଡା, ଧବଳପୁର ମଣ୍ଡଳ ସଭାପତି ଜୟରାମ ସ୍ୱାଇଁ, କଂଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ସୁଶାନ୍ତ ସେଠି, ଭାବଗ୍ରାହୀ ପରିଡ଼ା, କୃଷ୍ଣଚନ୍ଦ୍ର ସ୍ୱାଇଁ, ପିଙ୍କୁ ପରିଡ଼ା, ଟୁକୁନା ତ୍ରିପାଠୀ, ସିମାଞ୍ଚଳ ନାହାକ, କୋରାମଣି ସେଠି, ଜଗନ୍ନାଥ ପାତ୍ର, ନାରାୟଣ ମହାନ୍ତି, ନାରୀନେତ୍ରୀ ରଶ୍ମିତା ବେହେରା, ମାଧୁରୀ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ