ହନୁମାନ ମନ୍ଦିରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର – ଗୁରୁବାର: ରଙ୍ଗେଇଲୁଣ୍ଡା ବ୍ଳକ୍ ଡ଼ୁରା ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମରେ ‘ବିଶ୍ୱ ନିକେତନ ଜରା ନିବାସ’ରେ ଥିବା ହନୁମାନ ମନ୍ଦିର ପରିସରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ତିନି ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶେଷ ଦିବସରେ ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ପୃଷ୍ଠପୋଷକରେ ଓ କର୍ତ୍ତା ରୂପେ ଆଦିତ୍ୟ ବାହିନୀ ଗଞ୍ଜାମ ଜିଲ୍ଲା ସମ୍ପାଦକ ଉମାଶଙ୍କର ପାଣିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ବିଶ୍ୱ ପ୍ରାର୍ଥନା, ପ୍ରଭୁ ପ୍ରାର୍ଥନା, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ସଫଳତା ମନ୍ତ୍ର, ଦେବୀ ମନ୍ତ୍ର ସହ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ୧୦୮ ହନୁମାନ ଚାଳିଶା ପାଠ ସହ ଶାନ୍ତି ମନ୍ତ୍ର ପାଠ କରାଯିବା ସହିତ ଗୋସାଇଁନୂଆଗାଁସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଭଜନ ସମାରୋହ ପରିବେଷଣ କରାଯାଇଥିଲା । ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ନ୍ୟାସୀ ବଢ଼ିଆଉସ୍ତା ଶାଖା ସଭାପତି, ସଙ୍ଗୀତମୟ କଥାବାଚକ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ଏବଂ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହରାଜ ଯୋଗଦାନ କରି ପରିଚାଳନା କରିଥିଲେ । ସ୍ୱାମୀଜୀ ମହାରାଜ କହିଥିଲେ, ବର୍ତ୍ତମାନ ସମୟରେ ସମସ୍ତେ ସଂକଟରୁ ରକ୍ଷା ପାଇବାକୁ ହେଲେ କେବଳ ନିଃସ୍ୱାର୍ଥପର ଭାବ, ନିଷ୍କପଟ ଭାବ, ନିର୍ମଳ ହୃଦୟ ଭାବ ସହ ଭାବପୂର୍ଣ୍ଣ ହୋଇ ବ୍ୟାକୁଳତାର ସହିତ ହନୁମାନଜୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ସେ ସମସ୍ତଙ୍କ ଦୁଃଖ କଷ୍ଟ ଦୂର କରିଥାନ୍ତି । ପରିଶେଷରେ ସୁଶାନ୍ତ କୁମାର ସାବତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ