୨୦୧୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ବନ୍ତ (ୟୁଏନ୍ଏସ୍) : ବନ୍ତ ବ୍ଲକ ନିଳୋକ ସରକାରୀ ହାଇସ୍କୁଲର ୨୦୧୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଳୋକ ଜଗନ୍ନାଥ ମନ୍ଦିର ନିକଟସ୍ଥ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ, ଜିଲା ତଥା ରାଜ୍ୟ ବାହାରେ ରହୁଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ସାଗର ସାହୁ, ରାଜେଶ କୁମାର ନାୟକ, ସ୍ମୃତି ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନ୍ମେଞ୍ଜୟ ପଣ୍ଡା, ଅନୀଲ କୁମାର ଲେଙ୍କା, ହିମାଂଶୁ ବାରିକ, ଚନ୍ଦନ କୁମାର ବାରିକ, ମୋନାଲିସା ମିଶ୍ର, ଅଭିଲିପ୍ସା ମିଶ୍ର, ଶ୍ରୀକାନ୍ତ ବାରିକ, ଦୀପ୍ତିମୟୀ ପ୍ରଧାନ, ଗୀତାଞ୍ଜଳୀ ଜେନା, ପ୍ରତିମା ନାୟକ, ସରସ୍ୱତୀ ନାୟକ, ପୁଷ୍ପଲତା ସେଠୀ, ଶ୍ରୀକାନ୍ତ ବେହେରା, ସମ୍ବିତ ରାଉତ, ବିଶ୍ୱନାଥ ଜେନା, ଭଗବାନ ଜେନା, ସୁବ୍ରତ ସାହୁ, ସଂଗ୍ରାମ କେଶରୀ ସେନାପତି ପ୍ରମୁଖ ଯୋଗ ଦେଇ ପୁରୁଣା ସ୍ମୃତିକୁ ମନେ ପକାଇବା ସହିତ ବର୍ତ୍ତମାନର କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଭବିଷ୍ୟତରେ ଏଭଳି ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହେବ ବୋଲି ସମସ୍ତେ ଆଶା ପ୍ରକଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିଡିଓ କଲ୍ ଜରିଆରେ ଲିପିନା ସାହୁ ଓ ରଶ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ ।