ନାଉଗାଁ ବ୍ଳକରେ ଗାୟତ୍ରୀ ପୋଲେଇ ୫୭୬ ନମ୍ବର ରଖି ଜିଲ୍ଲା ଟପ୍ପର

ନାଉଗାଁ,(ଓ୍ବାଇଏନଏସ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଉକ୍ତ ପରୀକ୍ଷାରେ ଏ-୧ରେ ୭ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ବ୍ଲକର ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ପୋଲେଇ ୫୭୬ ନମ୍ବର ରଖି ବ୍ଲକ ଟପର ହୋଇଛନ୍ତି। ସେହିପରି ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆଦ୍ୟାଶା ସେଠୀ ୫୫୫ ନମ୍ବର, ତନୁଶ୍ରୀ ଶିଶୁ ୫୪୦, ବିଶ୍ୱମ୍ଭର ପାଢୀ ୫୪୦, ଆର ସୃଷ୍ଟିରାଜ ୫୪୦ ନମ୍ବର ରଖିଥିବା ବେଳେ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରୀତିଜିଜ୍ଞାସା ଦାସ ୫୪୪ ଏବଂ ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନାମିକା ବରାଳ ୫୪୦ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି। ପ୍ରଜାଶ ଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନାଉଗାଁ ବ୍ଳକରେ ୭ଟି କେନ୍ଦ୍ରରେ ୧୦୨୧ଜଣ ପରୀକ୍ଷାର୍ଥୀରୁ ୧୦୧୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ