ବୁଗୁଡ଼ା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ବୁଗୁଡ଼ା ସହରର ତଳ ଓଡ଼ିଆ ସାହିର ସନ୍ତୋଷ କୁମାର ରାଉତ(୩୦)ଙ୍କୁ ଦଶହରା ଦୁର୍ଗା ପୂଜା ୨୦/୧୦/୨୬ ତାରିଖ ଦିନ ହତ୍ୟାକରି ବୁଗୁଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ ବୁଗୁଡ଼ା-ମୋଟାବାଡ଼ି ରାସ୍ତା କଡ଼ରେ ଆସାମୀଫୋପାଡ଼ି ଦେଇଥିଲା। ହତ୍ୟାକାଣ୍ଡର ଆସାମୀକୁ ଗିରଫ କରି ଅନୁସନ୍ଧାନକାରୀ ପୋଲିସ ଅଧିକାରୀ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ଓ ବୁଗୁଡ଼ା ପୋଲିସ ବାହିନୀ ବଡ଼ ସଫଳତା ପାଇପାରିଛନ୍ତି। ଏହି ବିଷୟରେ ବୁଗୁଡ଼ା ଥାନା ପରିସରରେ ଏକ ଖବରଦାତା ସମ୍ମଳନୀ ୨୨/୧୦/୨୬ ଦିନ ଅନୁଷ୍ଠିତ ହୋଇ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡକ୍ଟର ଦୀପକ କୁମାର ମିଶ୍ର ଓ ବୁଗୁଡ଼ା ଆରକ୍ଷୀ ନିରୀକ୍ଷକ ସୀତାଂଶୁ ଶେଖର ମାନ୍ଧାତା ସମସ୍ତ ବିଷୟ ପ୍ରକାଶ କରିଛନ୍ତି। ହତ୍ୟାକାଣ୍ଡ ଘଟାଇଥିବା ଆସାମୀ ବୁଗୁଡାର ତଳ ଓଡ଼ିଆ ସାହିର ବସନ୍ତ କୁମାର ନାୟକ (୩୫) ହୋଇଥିବା ବେଳେ ହତ୍ୟାକାଣ୍ଡର ଶିକାର ହୋଇଥିବା ସନ୍ତୋଷଙ୍କ ପଡ଼ୋଶୀ ଅଟନ୍ତି। ଦୁଇ ମାସ ପୂର୍ବେ ମୃତ ସନ୍ତୋଷ ଓ  ଅଭିଯୁକ୍ତ ବସନ୍ତଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ବସନ୍ତ ନାୟକ ପ୍ରତିଶୋଧ ନେବା ଆଳରେ ମୃତ ସନ୍ତୋଷ ରାଉତାଙ୍କୁ ମଧୁର କଥା କହି ସନ୍ତୋଷଙ୍କ ହିରୋ ଏଚ୍ଏଫ୍ ଡିଲକ୍ସ ବାଇକ୍ ଓଡ଼ି ୩୨ଏ  ୬୬୭୫ ରେ ବୁଗୁଡ଼ାରୁ ସକାଳ ୮ଘ ୩୦ ମିନିଟରୁ  ବାହାରି ଯାଇଥିବା ବେଳେ ବୁଗୁଡ଼ା ପୋଲିସ ୧୧ଘ ୧୫ମିନିଟ ସମୟରେ ସନ୍ତୋଷଙ୍କ ମରଶରୀରକୁ ମୋଟାବାଡ଼ି ରାସ୍ତା କଡ଼ରେ ଦେଖିଥିଲେ। ଅଭିଯୁକ୍ତ ବସନ୍ତ ନାୟକ ଏକ ଧାରୁଆ ଛୁରୀରେ ସନ୍ତୋଷଙ୍କ ଗଳାକାଟି ହତ୍ୟା କରିଥିବା ବେଳେ ଅଭିଯୁକ୍ତଙ୍କ ନିକଟରୁ ଏକ ଛୁରୀ, ମୃତ ସନ୍ତୋଷଙ୍କ ମୋବାଇଲ ଓ ବାଇକ୍ ଜବତ କରାଯାଇଛି। ମୃତ ସନ୍ତୋଷଙ୍କ ମଆ ଶଶି ରାଉତଙ୍କ ଅଭିଯୋଗ ପ୍ରକାରେ ବୁଗୁଡ଼ା ଥାନାରେ କେସ ନଂ ୫୨୨/୨୬, ଧାର ୟୁ/ଏସ ୧୦୩(୧) ବିଏନସ, ୨୦/୧୦/୨୦୨୬ ତାରିଖରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୨୨/୧୦/୨୬ ତାରିଖ ଦିନ ଅଭିଯୁକ୍ତ ବସନ୍ତ କୁମାର ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ