ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ
ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର ମୁନିଖୋଲସ୍ଥ ବନବାସୀ କଲ୍ୟାଣ ଆଶ୍ରମ ଛାତ୍ରୀ ନିବାସ ପରିସରରେ ଶିକ୍ଷାକେନ୍ଦ୍ର ଆଚାର୍ଯ୍ୟ /ଅଚାର୍ଯ୍ୟା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଭାଟିଙ୍କ ସଭାପତିତ୍ବ ଓ ରାୟଗଡ଼ା ଜିଲ୍ଲା ସଂଗଠନ ମନ୍ତ୍ରୀ ଅଭିମନ୍ୟୁ ମହନ୍ତଙ୍କ ସଂଯୋଜିତ ଏହି ପ୍ରଶିକ୍ଷଣ ବର୍ଗରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ କେଶବ ଚନ୍ଦ୍ର ସଢ଼ଙ୍ଗୀ, ସ୍ବତନ୍ତ୍ର ଅତିଥି ଜନନେତା ରାମଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ପୂର୍ବ,ପଶ୍ଚିମ ଓ ମଧ୍ୟ କ୍ଷେତ୍ର ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ପ୍ରମୁଖ ବିଜୟ କୁମାର ମହାନ୍ତି, ପୂର୍ବ କ୍ଷେତ୍ର ସହ ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ମହନ୍ତ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ପ୍ରାନ୍ତ ମହିଳା ପ୍ରମୁଖ ମନୋରମା ମିଶ୍ର ଓ ସ୍ଥାନୀୟ ଯୁବନେତା ସୁବାସ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥିମାନେ ପ୍ରଶିକ୍ଷଣାର୍ଥୀ ମାନଙ୍କୁ ବନବାସୀ କ୍ଷେତ୍ରରେ ଶିକ୍ଷାର ଜ୍ୟୋତି ଜାଳି ବନବାସୀ ପିଲା ମାନଙ୍କୁ ସୁଶିକ୍ଷିତ,ସଂସ୍କାରିତ ଓ ରାଷ୍ଟ୍ରୀୟ ଭାବନାରେ ଅଭିମନ୍ତ୍ରୀତ କରିବାକୁ ପ୍ରଶିକ୍ଷଣର୍ଥି ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆମ ସଭ୍ୟତା,ସଂସ୍କୃତି ଓ ସାହିତ୍ୟର ଏନ୍ତୁଡ଼ି ଶାଳ ବନାଞ୍ଚଳ ଆମ ପୁରାତନ ଐତିହ୍ୟର ମୁକ ସାକ୍ଷୀ। ମୁନିଋଷୀ ମାନଙ୍କ ତପଭୂମି,ବୈଦିକ ଶିକ୍ଷାଦିକ୍ଷା, ଆମ ପୁରାତନ ସଂସ୍କୃତି, ସଭ୍ୟତାକୁ ଉଜ୍ଜୀବିତ କରିବା ଓ ଆୟୁରବେଦର ପ୍ରୟୋଗ ଶାଳା ରଖିବାକୁ ହେଲେ ଆମକୁ ଶିକ୍ଷିତ, ଶସକ୍ତ ଓ ସମୃଦ୍ଧ ହେବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ। ସେଥିପାଇଁ ବନବାସୀ କଲ୍ୟାଣ ଆଶ୍ରମ ସର୍ବ ଭାରତୀୟ ସ୍ତରରେ ବନବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟରତ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସଦା ସର୍ବଦା ସଂକଳ୍ପବଦ୍ଧ। ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ସାମାଜିକ କର୍ମୀ ଭୀମ ବେହେରା,ସମାଜସେବୀ ସୁଦର୍ଶନ ସାହୁ,ସୋସିଆଲ ମିଡ଼ିଆ ପ୍ରମୁଖ ଧନୁ କୁସୁଲିଆ, ବନବାସୀ କଲ୍ୟାଣ ଆଶ୍ରମ ସହଯୋଗୀ ଗଣେଶ ସେଠୀ,ଅଶ୍ଵିନୀ ବାରିକ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ପରିଚାଳନାରେ ବର୍ଗର ସର୍ବ ବ୍ୟବସ୍ଥା ପ୍ରମୁଖ ଭାବେ ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ପୀତବାସ ପଣ୍ଡା,ଛାତ୍ରୀ ନିବାସ ପରିଚାଳନା ପ୍ରମୁଖ ସୁଶ୍ରୀ ରମାଦେବୀ ଜାନି ପ୍ରମୁଖ ଅନେକ ସହକାରୀ ଭଉଣୀ ପ୍ରବନ୍ଧକ ଭାବେ ସହଯୋଗ କରିଥିଲେ। ଏହି ବର୍ଗ ପାଞ୍ଚଦିନ ବ୍ୟାପି ଚାଲିବ। ଏହି ଶିବିରରେ ପୂର୍ବ ସମ୍ଭାଗର ଦୁଇ ଜିଲ୍ଲା ବାଲେଶ୍ଵର ଓ ମୟୂରଭଞ୍ଜ,ପଶ୍ଚିମ ସଂଭାଗର ଦେବଗଡ଼,ସମ୍ବଲପୁର,ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ମିଶାଇ ମୋଟ ୭ ଟି ଜିଲ୍ଲାର ୩୩ ଜଣ ଆଚାର୍ଯ୍ୟ/ ଆଚାର୍ଜ୍ୟା ପ୍ରଶିକ୍ଷଣାର୍ଥୀ ଓ ୧୭ ଜଣ ପ୍ରଶିକ୍ଷକ,ପ୍ରବନ୍ଧକ ଓ ସହଯୋଗୀଙ୍କୁ ମିଶାଇ ବର୍ଗରେ ମୋଟ ୫୦ ଜଣ ଯୋଗ ଦେଇଥିଲେ।


