ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ସମ୍ମିଳନୀ

ଛତ୍ରପୁର,(ଓ୍ବାଇଏନଏସ) : ନିଖିଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ରାଜ୍ୟସଂଘର ୪୧ ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷୁକୁଲ୍ୟା ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଂଘର ମୁଖ୍ୟ ଉପଦେଷ୍ଟା ରୂପକେଶରୀ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘର ବିଭିନ୍ନ ଦାବି ସଂକ୍ରାନ୍ତରେ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବେ । ଯେଉଁ ଦାବି ଗୁଡିକ ମୁଖ୍ୟତଃ ରହିଛି ସେଗୁଡିକୁ ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ତାଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରିଥିବାରୁ ସଂଘର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । ରାଜ୍ୟସଂଘର ସଭାପତି ସୁବଳ କିଶୋର ମହାନ୍ତି କହିଛନ୍ତି, ରାଜ୍ୟସଂଘ ସଦାସର୍ବଦା ସଂଘର ସଦସ୍ୟମାନଙ୍କ ହିତରେ କାର୍ଯ୍ୟ କରୁଛି । ସଂଘର ମୌଳିକ ଦାବି ଗୁଡିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମାଧାନ ଦିଗରେ ଚେଷ୍ଟିତ ହୋଇଛି । ଆଗାମୀ ଦିନରେ ମଧ୍ୟ ରାଜ୍ୟସଂଘର ଏହି ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲା ସଂଘର ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ପ୍ରମୋଦ ଚନ୍ଦ୍ର ଦାଶ ମଂଚାସୀନ ଥିଲେ ।  ରାଜ୍ୟସଂଘର ସାଧାରଣ ସଂପାଦକ ସିମାଚଂଳ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ ।  ୬୦ ବର୍ଷରୁ ୬୨ ବର୍ଷକୁ ଚାକିରିର ଅବସର ବୟସ ବୃଦ୍ଧି, ବିନା କଟକଣାରେ ଅନୁକମ୍ପା ମୂଳକ ସାହାଯ୍ୟ ସ୍କିମ୍ ପ୍ରଦାନ କରାଯାଉ, ୨୦୦୫ ମସିହା ପରଠୁ ସମସ୍ତ କର୍ମଚାରୀମାନଙ୍କର ଜାତୀୟ ପେନ୍‌ସନ୍ ଯୋଜନା ପରିବର୍ତେ ପୁରୁଣା ପେନ୍‌ସନ୍ ଯୋଜନା ଲଙ୍କଜ୍ଞର କରାଯାଉ, ଅବସରପ୍ରାପ୍ତ କର୍ମଚାରୀ ଓ ନିୟମିତ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଲାଗୁ କରାଯାଉ, ୨୦୧୬ ଅନୁସାରେ ସର୍ବନିମ୍ନ ମୂଳ ଦରମା ୧୮ ହଜାର ଟଙ୍କା କରାଯାଉ, ପୋଷାକ ଭତା ୨୦୦୦ ଟଙ୍କା ବଦଳରେ ୫୦୦୦ ହଜାର ଟଙ୍କା କରାଯାଉ, ଆଉଟ୍ ସୋର୍ସିଂ ଉଚ୍ଛେଦ କରି ନିୟମିତ ନିଯୁକ୍ତ କରାଯାଉ, ପ୍ରତିବର୍ଷ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୩ୟ ଶ୍ରେଣୀକୁ ପଦୋନ୍ନତି ଦିଆଯାଉ, ଠିକା କର୍ମଚାରୀରୁ ନିୟମିତ ହୋଇଥିବା ସମୟ କାଉଟିଂଙ୍ଗ୍ କରି ଫୁଲ୍ ପେନ୍‌ସନ୍ ଲାଗୁ କରାଯାଉ ବୋଲି ଆଜିର ରାଜ୍ୟସ୍ତରୀୟ ସମ୍ମିଳନୀରେ ୯ ଗୋଟି ଦାବି ଉପରେ ଆଲୋଚନା ହୋଇଥିଲା । ଏହାକୁ ରାଜ୍ୟସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ନିଷ୍ପତି ହୋଇଥିଲା । ପରେ ରାଜ୍ୟସଂଘର ନୂତନ କର୍ମକର୍ତା ଚୟନ ହୋଇଥିଲା । ପରାମର୍ଶଦାତା ଭାବେ ସିମାଚଂଳ ମହାନ୍ତି, ସଭାପତି ସୁବଳ କିଶୋର ମହାନ୍ତି, ଉପସଭାପତି ଗିତାଞ୍ଜଳୀ ଦେହୁରୀ, ଅନନ୍ତ ପାତ୍ର, ସୁରେଶ କୁମାର ସାହୁ ଓ ଡମ୍ବୁରୁଧର ଗୌଡ, ସାଧାରଣ ସଂପାଦକ ସୋମନାଥ ଦାସ, ସହ ସଂପାଦକ ଗୁପ୍ତ ଜାନି, ଦିଲ୍ଲୀପ କୁମାର ଦାସ, ଦିଲ୍ଲୀପ କୁମାର ସାହୁ ଓ ପ୍ରମିଳା ବାଗ୍‌, ସଂଗଠନ ସଂପାଦକ ମହେନ୍ଦ୍ର ସୁଆର, ଡମ୍ବୁରୁଧର ବେହେରା ଓ ଲକ୍ଷ୍ମୀକାନ୍ତ ଜାନି, କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ଦାଶ, ସାଂସ୍କୃତିକ ସଂପାଦକ ଯୁଗଜ୍ୟୋତି ବେହେରା ପ୍ରମୁଖ ୧୬ ଜମିଆ କମିଟିକୁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା । ଏହି ରାଜ୍ୟସଂଘର ୪୧ ତମ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଗଞ୍ଜାମ ଜିଲ୍ଲା ସଂଘର ସୁପାରିଶ କ୍ରମେ ଛତ୍ରପୁର ଉପଖଣ୍ଡ ଶାଖା ପକ୍ଷରୁ ଆୟୋଜିତ କରାଯାଇଥିଲା । ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ରାଜ୍ୟ ସଂଘ ର ନବ ନିର୍ବାଚିତ କମିଟି ଗଠନ ସମୟରେ ବିଶୃଙ୍ଖଳା କରୁଥିବା ନେଇ ଖୋର୍ଦ୍ଧା ଜିଲ୍ଲାର ତ୍ରିନାଥ ସେଠି ଙ୍କ ସଭ୍ୟ ପଦ ରଦ ସହିତ ସବୁଦିନ ପାଇଁ ବହିଷ୍କାର କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ