ଫଟୋକୁ ବିକୃତ କରି ସୋସିଆଲ ମିଡିଆରେ ଭାଇରାଲ୍ ଅଭିଯୋଗ:କାର୍ଯ୍ୟାନୁଷ୍ଠାନ ଦାବି

ଧାମନଗର (ଓ୍ବାଇଏନଏସ): ଧାମନଗର ଗତ ୦୯/୧୦/୨୦୨୬ ରିଖରେ ଧାମନଗର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ପର୍ବପର୍ବାଣୀ ଶାନ୍ତି ଶୃଙ୍ଖଳାକୁ ନେଇ ଶାନ୍ତି କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଦୁଃଖ ଓ ପରିତାପର ବିଷୟ ଯେ ଏହି ବୈଠକର ପ୍ରକୃତ ଫଟୋକୁ କିଛି ଅସାମାଜିକ ବ୍ୟକ୍ତି ଅସତ୍ ଉଦ୍ଦେଶ୍ୟ ରଖି ଡିଜିଟାଲ୍ ମାଧ୍ଯମରେ ବିକୃତ କରିଛନ୍ତି। ସେମାନେ ଉକ୍ତ ଫଟୋରେ ଥିବା ସଭ୍ୟମାନଙ୍କର ପୋଷାକ ଟୋପିକୁ ବଦଳାଇ (ଗେରୁଆ ଟୋପି ଲଗାଇ) ତାହାକୁ ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତିI ଆମର ଏହି ଲିଖିତ ଏତଲା କୁ ଭିତି କରି ଦୋଶୀ ବିରୋଧରେ ଭାରତୀୟ ନ୍ୟୟ ସଂଗୀତା ୨୦୨୩ର ପ୍ରଜୋଜ୍ୟ ଧାରା (ମାନହାନୀ, ମଥ୍ୟା ଦଲିଲ, ଇଲେକ୍ଟ୍ରୋନିକ ରେକୋର୍ଡ ତିଆରୀ ଜନଅସାନ୍ତକାରୀ, ଓ ସମ୍ମାନ ଉଦ୍ଦେଶ୍ୟଧାରା) ଏବଂ ତ୍ୟଥ ପ୍ରେଯୁକ୍ତି ଆଇନ ୨୦୦୦ ର ପ୍ରଜୋଜ୍ୟ ଧାରା ଅନୁଯାଇ ଏତାଲା ରୁଜୁ କରି ଆଇନ ଗତ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆମେ ଅନୁରୋଧ କରୁଛି। ବିଦ୍ର-ଫେସବୁକ ପେଜ୍ ରେ ପୋଷ୍ଟ ହୋଇଥିବା ପେଜର ନାମ-ମୁସଲମାନ କା ଆଓ୍ବାଜ ହ୍ଵାର୍ଟସ ଆପ୍ ର ନମ୍ବର- 9692349701 ପୋଷ୍ଟ କରାଯାଇଛି।ଏହି କାର୍ଯ୍ୟ ଦ୍ବାରା ଅଞ୍ଚଳରେ ସାମ୍ପ୍ରଦାୟିକ ସଦ୍ଭାବ ବିଗାଡ଼ିବା ଏବଂ ଶାନ୍ତ କମିଟିର ମର୍ଯ୍ୟଦା ହାନି କରିବା ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାର ଷଡ଼ଯନ୍ତ୍ର କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟ କୁ ନିନ୍ଦା କରିବା ସହ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶାନ୍ତି କମିଟିର ସଦସ୍ୟ ଦାବି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏମଡି ପ୍ରତାପ ସାମଲ,ଜଗବନ୍ଧୁ ପ୍ରଧାନ,ଏମଡି ହବିବୁର ରହେମାନ,ଏମଡି ମଞ୍ଜୁରୁଲ ହକ୍,ସେକ ଜାଫର ଅଲ୍ଲୀ,ସେକ ରୋସ୍ତମ(ବାଟୋ), ସୁଶାନ୍ତ କୁମାର ରାଉତ,ସେକ ଅସଲାମ,ଏମଡି ଫକିରୁଦ୍ଦିନ, ସେକ ମୁସ୍ତାକଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖ ଧାମନଗର ତହସିଲଦାର ତଥା ଶାନ୍ତି କମିଟିର ଆବାହକ ଜ୍ଞାନରଞ୍ଜନ ସାହୁ,ଆଇଆଇସି ଶୁଭ୍ରଜିତ ଦାଶଙ୍କୁ ଭେଟି ଲିଖିତ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଭୟ ଅଧିକାରୀ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ