ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତର ପ୍ରେରଣାରେ ଅନନ୍ୟା ସମ୍ମାନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦାନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରେରଣା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ସେଥିରେ ସ୍ବରଚିତ କବିତା ସହ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କୃତିତ୍ବ ହାସଲ କରି ଗତ ୨ ଅଗଷ୍ଟ ଠାରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଗୁଜରାଟର ଭଦନଗର ଠାରେ ଅନୁଷ୍ଠିତ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ବର ସହ ମାନପତ୍ର ହାସଲ କରି ସମ୍ମାନୀତ ହୋଇଛନ୍ତି । ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଟନ୍ତି । ତାଙ୍କ ସହ ଯାଇଥିବା ତତ୍ତ୍ଵାବଧାରିକା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତିଙ୍କୁ ଏହି ସମ୍ମାନ ସମର୍ପଣ କରିଛନ୍ତି ବୋଲି ଅନନ୍ୟା କହିଛନ୍ତି. ଅନନ୍ୟାଙ୍କ ଏହି ସଫଳତା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।


